୧୪ଟି ଦେଶକୁ ବିମାନ ସେବା ପାଇଁ ଅନୁମତି ଦେଲା ୟୁରୋପୀୟ ସଂଘ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 30, 2020

୧୪ଟି ଦେଶକୁ ବିମାନ ସେବା ପାଇଁ ଅନୁମତି ଦେଲା ୟୁରୋପୀୟ ସଂଘ

ଲଣ୍ଡନ: ଆଜିଠୁ ୟୁରୋପ ଆକାଶ ମାର୍ଗରେ ଉଡ଼ିପାରିବ ୧୪ଟି ଦେଶର ବିମାନ। ୟୁରୋପିଆନ ସଂଘ ୧୪ଟି ଦେଶକୁ ଏଥିପାଇଁ ଅନୁମତି ଦେଇଛି। ଏହି ଦେଶ ଗୁଡ଼ିକ ହେଲା ଆଲଜେରିଆ, ଅଷ୍ଟ୍ରେଲିଆ, କାନାଡା, ଜର୍ଜିଆ, ଜାପାନ, ମୋଣ୍ଟେନେଗ୍ରୋ, ମୋରୋକୋ, ନ୍ୟୁଜିଲ୍ୟାଣ୍ଡ, ରୁୱାଣ୍ଡା, ସର୍ବିଆ, ଦକ୍ଷିଣ କୋରିଆ, ଥାଇଲ୍ୟାଣ୍ଡ, ଟ୍ୟୁନିସିଆ ଏବଂ ଉରୁଗୁଏ। ତେବେ ପ୍ରତ୍ୟେକ ୧୪ ଦିନ ମଧ୍ୟରେ ଏହାର ସଂଶୋଧନ କରାଯାଇ ଅନ୍ୟାନ୍ୟ ଦେଶକୁ ଯୋଡ଼ାଯିବ ବୋଲି ଜଣାପଡ଼ିଛି।

କରୋନା ମହାମାରୀ ପାଇଁ ଅନ୍ତର୍ଜାତୀୟ ବିମାନ ସେବା ବ୍ୟାହତ ରହିଛି। ତେବେ ସ୍ଥିତିରେ ଟିକିଏ ସୁଧାର ଆସିବା ପରେ ୟୁରୋପିଆନ ସଂଘ କିଛି ଦେଶ ପାଇଁ ଆକାଶ ମାର୍ଗ ଖୋଲିଛି। ଯେଉଁଠି କରୋନାର ସ୍ଥିତି ସେତେଟା ମାରାତ୍ମକ ନାହିଁ।

ତେବେ ଏହି ୟୁରୋପିଆନ୍ ସଂଘ ଆମେରିକା, ଭାରତ, ବ୍ରାଜିଲ, ଋଷିଆ ଭଳି ଦେଶ ପାଇଁ ଅନୁମତି ଦେଇ ନାହିଁ। ଏହି ଦେଶରେ କରୋନାର ଦୌରାତ୍ମ ଅଧିକ ରହିଥିବାରୁ ୟୁରୋପିଆନ୍ ସଂଘ ପ୍ରଥମ ପର୍ଯ୍ୟାୟରେ ଏହି ଦେଶକୁ ସାମିଲ୍ କରି ନାହିଁ।

The post ୧୪ଟି ଦେଶକୁ ବିମାନ ସେବା ପାଇଁ ଅନୁମତି ଦେଲା ୟୁରୋପୀୟ ସଂଘ appeared first on Odisha Reporter.



from Odisha Reporter https://ift.tt/2YLNs4P

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages