ଲଦାଖ: ମଙ୍ଗଳବାର ଭାରତ-ଚୀନ ମଧ୍ୟରେ କମାଣ୍ଡର ସ୍ତରର ଏକ ବୈଠକ ହୋଇଥିଲା। ଦୁଇ ଦେଶ ମଧ୍ୟରେ ଏହା ୧୪ ତମ ବୈଠକ ଥିଲା। ପ୍ରାୟ ୧୦ ଘଣ୍ଟା (ସକାଳ ୧୧ ରୁ ୯ ଟା) ପର୍ଯ୍ୟନ୍ତ ଏହି ବୈଠକ ହୋଇଥିଲା। ପୂର୍ବାଞ୍ଚଳ ଲଦାଖରେ ସ୍ଥିତି କିଭଳି ସ୍ୱାଭାବିକ ହେବ ଏବଂ ସମ୍ବେଦନଶୀଳ ଅଞ୍ଚଳରୁ ସୁରକ୍ଷା ବାହିନୀକୁ ପ୍ରତ୍ୟାବର୍ତ୍ତନ କରିବା ନିଷ୍ପତ୍ତି ବାବଦରେ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇଛି।
ଦୁଇ ଦେଶ ମଧ୍ୟରେ ହୋଇଥିବା ଏହି ବୈଠକ ଚୁସୁଲ ସେକ୍ଟରରେ ହୋଇଥିଲା।ବୈଠକରେ ଭାରତ ପକ୍ଷରୁ ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂହ ଯୋଗ ଦେଇଥିଲେ।
ଏଲଏସରି ସୀମା ବିବାଦ କମାଇବା ପାଇଁ ଦୁଇ ଦେଶ ମଧ୍ୟରେ ବୈଠକ ଚାଲିଛି। ଅନ୍ୟପଟେ ଦୁଇ ଦେଶର ସେନା ବାହିନୀ ସୀମାରେ ମୁତୟନ ରହିଛନ୍ତି।
The post ୧୦ ଘଣ୍ଟା ଧରି ଚାଲିଲା ଭାରତ-ଚୀନ୍ ବୈଠକ appeared first on Odisha Reporter.
from Odisha Reporter https://ift.tt/2ZilRas
No comments:
Post a Comment