ଭାରତରେ ବେଲଗାମ କରୋନା: ୨୪ ଘଣ୍ଟାରେ ରେକର୍ଡ ୯୩୦୪ ପଜିଟିଭ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 3, 2020

ଭାରତରେ ବେଲଗାମ କରୋନା: ୨୪ ଘଣ୍ଟାରେ ରେକର୍ଡ ୯୩୦୪ ପଜିଟିଭ୍

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍ ମାମଲା ଦିନକୁ ଦିନ ନିୟନ୍ତ୍ରଣ ବାହାରେ ହେବାକୁ ଲାଗିଛି। ଗତ ୨୪ ଘଣ୍ଟା ଭିତରେ ଭାରତରେ ମୋଟ ୯,୩୦୪ ନୂଆ ପଜିଟିଭ୍ ମାମଲା ସାମ୍ନାକୁ ଆସିଛି। ଏହା ସହ ଏହି ମହାମାରୀ କାରଣରୁ ଗତ ୨୪ ଘଣ୍ଟା ମଧ୍ୟରେ ୨୬୦ଜଣଙ୍କର ମୃତ୍ୟୁ ହୋଇଛି। ତେବେ ବଡ଼ କଥା ହେଉଛି ୨୪ ଘଣ୍ଟା ଭିତରେ ୩୮୦୪ ଲୋକ ସୁସ୍ଥ ମଧ୍ୟ ହୋଇଛନ୍ତି।

ଏଥିସହ ଏବେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୧୬ହଜାର ୯୧୯ରେ ପହଞ୍ଚିଯାଇଛି। ଏଥିରୁ ୬,୦୭୫ ଲୋକଙ୍କର ମୃତ୍ୟୁ ହୋଇଛି। ତେବେ ଆଶ୍ୱସ୍ତିକର କଥା ହେଉଛି ପାଖାପଖି ୫୦ ପ୍ରତିଶତ ଅର୍ଥାତ୍ ୧ଲକ୍ଷ ୪ହଜାର ୧୦୭ଜଣ ରୋଗୀ ଏହି ମହାମାରୀରେ ବିଜୟଲାଭ କରିଛନ୍ତି। ଏବେବି ଭାରତରେ ୧ଲକ୍ଷ ୬ହଜାର ୭୩୭ ଜଣ ସକ୍ରିୟ ଅଛନ୍ତି। ଗତ କିଛି ଦିନରେ ମଧ୍ୟ ରୋଗୀଙ୍କ ସୁସ୍ଥ ହେବା ସଂଖ୍ୟା ବୃଦ୍ଧି ପାଇଛି।

କରୋନାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର, ଯେଉଁଠାରେ ଏହି ସଂଖ୍ୟା ଏବେ ୭୫ହଜାରରେ ପହଞ୍ଚିଛି। ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ୨୫୮୭ ଲୋକ ପ୍ରାଣ ହରାଇଥିବା ବେଳେ ୩୨ହଜାରରୁ ଅଧିକ ଲୋକେ ସୁସ୍ଥ ହୋଇଛନ୍ତି। ଏବେ ପ୍ରାୟ ୪୦ହଜାର ମାମଲା ସକ୍ରିୟ ଅଛି। ଏହି ତାଲିକାରେ ୨ୟ ସ୍ଥାନରେ ଅଛି ତାମିଲନାଡୁ। ସେଠାରେ ପ୍ରାୟ ୨୬ହଜାର ପଜିଟିଭ୍ ମାମଲା ରହିଥିବା ବେଳେ ୨୦୮ଜଣଙ୍କର ମୃତ୍ୟୁ ହୋଇଛି।

କରୋନା ସଂକ୍ରମିତଙ୍କ ମଧ୍ୟରେ ଦିଲ୍ଲୀ ତୃତୀୟ ସ୍ଥାନରେ ରହିଛି। ଏପର୍ଯ୍ୟନ୍ତ ଏଠାରେ ୨୩ହଜାର ୬୪୫ ପଜିଟିଭ୍ କେସ୍ ସାମ୍ନାକୁ ଆସିଥିବା ବେଳେ ୬୦୬ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ୯୫୪୨ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗୁଜରାଟରେ ୧୮ହଜାରରୁ ଅଧିକ ଲୋକ ପଜିଟିଭ୍ ଥିବା ବେଳେ ୧୧୨୨ ଜଣ ଲୋକ ପ୍ରାଣ ହରାଇଛନ୍ତି।

ଅନ୍ୟପକ୍ଷରେ ରାଜସ୍ଥାନରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୬୫୨ରେ ପହଞ୍ଚିଛି, ଯେଉଁଥିରୁ ୨୦୯ ଜଣ ମୃତ୍ୟୁବରଣ କରିଛନ୍ତି। ମଧ୍ୟପ୍ରଦେଶରେ ୮୫୮୮ ପଜିଟିଭ୍ ରହିଛନ୍ତି ଏବଂ ସେଥିରେ ୩୭୧ଜଣଙ୍କର ମୃତ୍ୟୁ ହୋଇଛି। ଏହିକ୍ରମରେ ଉତ୍ତର ପ୍ରଦେଶରେ ସଂକ୍ରମିତଙ୍କ ସଂଖ୍ୟା ୮୭୨୯ରେ ପହଞ୍ଚିଥିବା ବେଳେ ୨୨୯ ଜଣ ପ୍ରାଣ ହରାଇଛନ୍ତି।



from Odisha Reporter https://ift.tt/2MpOXi7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages