ଦେଖୁ ଦେଖୁ ଜଳିଗଲା ୧୦ ବଖରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 26, 2020

ଦେଖୁ ଦେଖୁ ଜଳିଗଲା ୧୦ ବଖରା

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ସାନସାରୋଲ ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଗାଁର ୩ ଜଣ ବ୍ୟକ୍ତିଙ୍କର ୧୦ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର ସଠିକ୍‌ କାରଣ ଜଣାପଡି ନ ଥିବା ବେଳେ ସର୍ଟସର୍କିଟରୁ ଏପରି ଘଟିଥିବା ଅନୁମାନ କରାଯାଉଛି।

ଗତକାଲି ରାତି ପ୍ରାୟ ସାଢେ ଗୋଟାଏ ସମୟରେ ସାନସାରୋଳ ଗାଁର ଅଭୟ ସ୍ୱାଇଁଙ୍କ ଘରେ ପ୍ରଥମେ ନିଆଁ ଲାଗିଥିଲା। ପରେ ନିଆଁ ନିକଟରେ ଥିବା ଅନ୍ୟ ଦୁଇ ଘରକୁ ବ୍ୟାପି ଯାଇଥିଲା। ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ଜଗତସିଂହପୁର ଓ ତିର୍ତ୍ତୋଲ ଅଗ୍ନିଶମ ବାହିନୀ ପହଞ୍ଚି ୪ ଘଣ୍ଟା ଉଦ୍ୟମ ପରେ ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ଘରର ଆସବାବପତ୍ର ଜଳି ପାଉଁଶ ହୋଇଯାଇଛି। କ୍ଷତିଗ୍ରସ୍ତ ପରିବାରଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

The post ଦେଖୁ ଦେଖୁ ଜଳିଗଲା ୧୦ ବଖରା appeared first on Odisha Reporter.



from Odisha Reporter https://ift.tt/2BKY3E4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages