ଚିହ୍ନଟ ହେଲେ ୧୭୦ କରୋନା ଆକ୍ରାନ୍ତ, ଗଞ୍ଜାମରେ ସବୁଠୁ ଅଧିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 26, 2020

ଚିହ୍ନଟ ହେଲେ ୧୭୦ କରୋନା ଆକ୍ରାନ୍ତ, ଗଞ୍ଜାମରେ ସବୁଠୁ ଅଧିକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧୭୦ କରୋନା ଆକ୍ରାନ୍ତ । ୧୪ ଜିଲ୍ଲା ସମେତ ପଶ୍ଚିମବଙ୍ଗ ଫେରନ୍ତା NDRF ଟିମ୍‌ରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

୧୭୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୩ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ଲୋକାଲ କେସ୍‌ ୨୭ଟି ବୋଲି ଜଣାପଡ଼ିଛି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା, ନବରଙ୍ଗପୁରରୁ ୧୯ଜଣ ଲେଖା, ଗଜପତି, ରାୟଗଡ଼ାରୁ ୧୬ଜଣ ଲେଖା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ କଟକରୁ ୧୪, କେନ୍ଦ୍ରାପଡ଼ା, ପୁରୀରୁ ୬ ଜଣ ଲେଖା, ମାଲକାନଗିରିରୁ୫, ନୟାଗଡ଼, ଯାଜପୁରରୁ ୩, ସମ୍ବଲପୁରରୁ୨, କୋରାପୁଟ ଓ ବରଗଡ଼ରୁ ଜଣେ ଲେଖା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୩୫୦ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୪୪୩୨ଜଣ ସୁସ୍ଥ ହୋଇ ସାରିଲେଣି। ଏବେ ବି ରାଜ୍ୟର ବିଭିନ୍ନ ହସ୍ପିଟାଲରେ ୧୯୦୩ ଜଣ ଚିକିତ୍ସିତ ହେଉଛନ୍ତି।

ସୂଚନାଯୋଗ୍ୟ, ଗଞ୍ଜାମରେ କିଛି ଦିନ ହେଲାଣି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଏହା ଏବେ ଚିନ୍ତାର କାରଣ ପାଲଟିଛି। କରୋନା ସଂକ୍ରମଣ ରୋକିବାକୁ ବ୍ରହ୍ମପୁରକୁ ୪ ଦିନ ପାଇଁ ଶଟଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଗ୍ରାମାଞ୍ଚଳ ଲୋକଙ୍କୁ ମଧ୍ୟ ୧୫ ଦିନ ପାଇଁ ସହର ଆସିବାକୁ ବାରଣ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ।

The post ଚିହ୍ନଟ ହେଲେ ୧୭୦ କରୋନା ଆକ୍ରାନ୍ତ, ଗଞ୍ଜାମରେ ସବୁଠୁ ଅଧିକ appeared first on Odisha Reporter.



from Odisha Reporter https://ift.tt/2ZkrTYu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages