୨୦୧୧ ବିଶ୍ୱକପ ଫାଇନାଲରେ ହୋଇଥିଲା କି ଫିକ୍ସିଂ? ତଦନ୍ତ ଆରମ୍ଭ କଲା ଶ୍ରୀଲଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 19, 2020

୨୦୧୧ ବିଶ୍ୱକପ ଫାଇନାଲରେ ହୋଇଥିଲା କି ଫିକ୍ସିଂ? ତଦନ୍ତ ଆରମ୍ଭ କଲା ଶ୍ରୀଲଙ୍କା

ନୂଆଦିଲ୍ଲୀ: ଦୀର୍ଘ ୨୮ ବର୍ଷ ପରେ ଟିମ୍‌ ଇଣ୍ଡିଆ ୨୦୧୧ ଦିନିକିଆ ବିଶ୍ୱକପ ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ବିଶ୍ୱ ବିଜେତା ହୋଇଥିଲା। ତେବେ ୨୦୧୧ ବିଶ୍ୱକପ ଫାଇନାଲରେ ଫିକ୍ସିଂ ହୋଇଥିବା ଅଭିଯୋଗ ଆସିବା ପରେ ଚାରିଆଡ଼େ ହଇଚଇ ସୃଷ୍ଟି ହୋଇଛି।

ବିବାଦ ବଢ଼ିବାରୁ ଶନିବାର ଶ୍ରୀଲଙ୍କା ସରକାର ଘଟଣାର ନିରକ୍ଷେପ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀଲଙ୍କାର କ୍ରୀଡ଼ା ମନ୍ତ୍ରୀ ଦୁଲ୍ଲାସ ଅଲହାପେରୁମା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ପ୍ରତି ୨ ସପ୍ତାହରେ ରିପୋର୍ଟ ଦେବାକୁ କହିଛନ୍ତି। ଦେଶର ପୂର୍ବତନ କ୍ରୀଡ଼ା ମନ୍ତ୍ରୀ ମହିନନ୍ଦାନନ୍ଦ ଅଲୁଥାଗମାଗେ ନିକଟରେ ଫିକ୍ସିଂ ଅଭିଯୋଗ ଆଣିଥିଲେ। ସେ କହିଥିଲେ, ୨୦୧୧ ବିଶ୍ୱକପରେ ଜାତୀୟ ଟିମ୍‌(ଶ୍ରୀଲଙ୍କା) ଭାରତ ଠାରୁ କିଛି ଲୋକଙ୍କ ଫିକ୍ସିଂ ଯୋଗୁ ପରାସ୍ତ ହୋଇଥିଲା। ବର୍ତ୍ତମାନର କ୍ରୀଡ଼ା ମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେବା ପରେ କ୍ରୀଡ଼ା ସଚିବ ମନ୍ତ୍ରଣାଳୟର ତଦନ୍ତକାରୀ ୟୁନିଟ୍‌ ନିକଟରେ ବିଧିବଦ୍ଧ ଭାବେ ଅଭିଯୋଗ କରି ତଦନ୍ତ ପାଇଁ କହିଛନ୍ତି।

ଅଲୁଥାଗମାଗେ ଏକ ଟିଭ ଚ୍ୟାନେଲକୁ ସାକ୍ଷାତକାର ଦେଇ ଫିକ୍ସିଂ ଅଭିଯୋଗ ଆଣିଥିଲେ। ବିଶେଷ କରି ସେ ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରା ଓ ମାହେଲା ଜୟବର୍ଦ୍ଧେନଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ। ସେ କହିଥିଲେ, “ଆଜି ମୁଁ କହିବାକୁ ଚାହୁଁଛେ ଯେ ୨୦୧୧ରେ ଆମେ ବିଶ୍ୱକପକୁ ଆମେ ବିକ୍ରି କରିଦେଇଥିଲୁ। ଏହି ସମୟରେ ମୁଁ କ୍ରୀଡ଼ା ମନ୍ତ୍ରୀ ଥିଲି। ସତେବେଳେ ବି ମୁଁ ଏହି କଥା କହିଥିଲି। ତେବେ ଦେଶର ମନ୍ତ୍ରୀ ହିସାବରେ ଏକଥା ମୋର କହିବାର ନଥିଲା। ମୁଁ ବି ଘୋଷଣା କରିବାକୁ ଚାହୁଁ ନଥିଲି। ମୋର ପ୍ରକୃତରେ ମନେ ପଡ଼ୁନି ଯେ ଏହା ୨୦୧୧ ଥିଲା କି ୨୦୧୨। କିନ୍ତୁ ଆମେ ନିଶ୍ଚିତ ଭାବେ ଉକ୍ତ ମ୍ୟାଚ୍‌ରେ ବିଜୟୀ ହୋଇଥାଆନ୍ତୁ। କିଛି ନିର୍ଦ୍ଦିଷ୍ଟ ପାର୍ଟି ଫିକ୍ସିଂ କରିଥିଲେ। ଯେଉଁଥିପାଇଁ ଆମକୁ ବିଶ୍ୱକପ ମିଳି ନଥିଲା। ”

ଅଲୁଥାଗମାଗେଙ୍କ ଦାବିକୁ ତୀବ୍ର ସମାଲୋଚନା କରିଛନ୍ତି ତତ୍କାଳୀନ ଶ୍ରୀଲଙ୍କାର ଅଧିନାୟକ କୁମାର ସାଙ୍ଗାକାରା। ସେ ଟ୍ୱିଟ କରି କହିଛନ୍ତି, “ଯଦି ତାଙ୍କ ପାଖରେ କୌଣସି ପ୍ରାମଣ ରହିଛି, ତା’ହେଲେ ସେ ଏଗୁଡ଼ିକୁ ନେଇ ଆଇସିସି, ଦୁର୍ନୀତି ନିରୋଧ ଶାଖା ଓ ସୁରକ୍ଷା ୟୁନିଟ ପାଖରେ ଉପସ୍ଥାପନ କରନ୍ତୁ। ଏହାଦ୍ୱାରା ତଦନ୍ତ ଅଧିକ ନିରପେକ୍ଷ ଭାବେ ହୋଇପାରିବ।” ବିଶ୍ୱକପ ଫାଇନାଲରେ ଶତକ ହାସଲ କରିଥିବା ଜୟବର୍ଦ୍ଧେନ ମଧ୍ୟ ଏହାକୁ ନିନ୍ଦା କରିଛନ୍ତି।

ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ଭାରତ ଆଗରେ ୨୭୫ ରନ୍‌ର ଟାର୍ଗେଟ ରଖିଥିଲେ। ଗୌତମ ଗମ୍ଭୀରଙ୍କ ୯୭ ଓ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଅପରାଜିତ ୯୧ ରନ୍‌ ବଳରେ ଭାରତ ମ୍ୟାଚ୍‌ ଜିତି ବିଶ୍ୱ ବିଜେତା ହୋଇଥିଲା। ଏହି ଫାଇନାଲ ମ୍ୟାଚ୍‌ ଦେଖିବାକୁ ଅଲୁଥାଗମାଗେ ଓ ତତ୍କାଳୀନ ଶ୍ରୀଲଙ୍କାର ରାଷ୍ଟ୍ରପତି ମହିନ୍ଦା ରାଜପାକ୍ଷେଙ୍କୁ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମକୁ ନିମନ୍ତ୍ରଣ କରାଯାଇଥିଲା।



from Odisha Reporter https://ift.tt/313y719

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages