କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆସିଲା ନୂଆ ଗାଇଡ୍ ଲାଇନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 9, 2020

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆସିଲା ନୂଆ ଗାଇଡ୍ ଲାଇନ୍

ନୂଆଦିଲ୍ଲୀ: କରୋନା ଭାଇରସ୍ ମାମଲା ଏବେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଗତ କିଛି ଦିନ ହେବ ଦିଲ୍ଲୀ ସମେତ କିଛି ରାଜ୍ୟରେ କୋଭିଡ୍‌-୧୯ ମାମଲା ବଢ଼ୁଥିବାର ଦେଖିବାକୁ ମିଳିଛି। ଏପରି ସ୍ଥିତିରେ ସରକାରୀ କାର୍ଯ୍ୟାଳୟରେ ମଧ୍ୟ ମାମଲା ବଢ଼ିଚାଲିଛି। ତେବେ ଏହାକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କ ପାଇଁ ନୂଆ ଗାଇଡ୍ ଲାଇନ୍ ଜାରି କରିଛନ୍ତି।

ସରକାରୀ ଗାଇଡ୍ ଲାଇନ୍ ଅନୁସାରେ, ଯେଉଁ କର୍ମଚାରୀଙ୍କ ପାଇଁ କୌଣସି ପ୍ରକାରର ଲକ୍ଷଣ ନଥିବ, ସେମାନେ ହିଁ କାର୍ଯ୍ୟାଳୟ ଆସିପାରିବେ। ଯଦି କାହାକୁ କାସ କିମ୍ବା ଥଣ୍ଡାଜ୍ୱର ହୋଇଥିବ, ସେମାନେ ଘରେ ରହି କାମ କରିବେ। ଯେପର୍ଯ୍ୟନ୍ତ ସମ୍ପୃକ୍ତ ଅଞ୍ଚଳରୁ କଣ୍ଟେନମେଣ୍ଟ ଜୋନ୍ ହଟିନାହିଁ, ସେ ପର୍ଯ୍ୟନ୍ତ କର୍ମଚାରୀମାନେ ଘରେ ରହି କାମ କରିବେ। ତେବେ ଆସନ୍ତୁ ଜାଣିବା କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ପାଇଁ କ’ଣ କ’ଣ ଗାଇଡ୍ ଲାଇନ୍ ଜାରି ହେଲା।

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଗାଇଡ୍ ଲାଇନ୍
୧. ଯଦି କାଶ କିମ୍ବା ଥଣ୍ଡାଜ୍ୱର ହୋଇଥାଏ, ତାହେଲେ ଘରେ ରହି କାମ କରିବେ।

୨. କଣ୍ଟେନମେଣ୍ଟ ଜୋନରେ ଥିବା ସରକାରୀ ଅଧିକାରୀ ଏବଂ କର୍ମଚାରୀ ଘରେ ରହି କାମ କରିବେ। କଣ୍ଟେନମେଣ୍ଟ ଜୋନ୍ ନହଟିବା ଯାଏ, ସେମାନେ ଘରେ ରହି କାମ କରିବେ।

୩. ଗୋଟିଏ ଦିନରେ ୨୦ରୁ ଅଧିକ ଅଧିକାରୀ ବା କର୍ମଚାରୀ କାମ କରିବେ ନାହିଁ। ଏଥିପାଇଁ ରୋଷ୍ଟର ପ୍ରସ୍ତୁତ କରାଯିବ। ବାକି କର୍ମଚାରୀ ଘରୁ କାମ କରିବେ।

୪. ଯଦି ଗୋଟିଏ କ୍ୟାବିନରେ ଦୁଇଜଣ ଅଧିକାରୀ ଅଛନ୍ତି, ତାହେଲେ ସେମାନେ ଦିନେ ଛାଡ଼ି ଦିନେ କାର୍ଯ୍ୟାଳୟ ଆସିବେ।

୫. କାମ ସମୟରେ ସବୁ କର୍ମଚାରୀ ମାସ୍କ ବ୍ୟବହାର କରିବେ। ଯେଉଁମାନେ ମାସ୍କ ପିନ୍ଧିବେନି, ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।

୬. ସାମାଜିକ ଦୂରତା ବଜାୟ ରଖିବେ।

୭. କର୍ମଚାରୀମାନେ ନିଜ କମ୍ପ୍ୟୁଟରକୁ ନିଜେ ସଫା କରିବେ।

୮. ଯଥାସମ୍ଭବ ମୁହାଁମୁହିଁ ବସିବାରୁ ଦୂରେଇ ରହିବା ଦରକାର।



from Odisha Reporter https://ift.tt/37kqioX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages