ମୁମ୍ୱାଇ : ବଲିଉଡ୍ରେ ଲାଇମ୍ ଲାଇଟ୍ରେ ରହୁଥିବା ଅଭିନେତ୍ରୀଙ୍କ ମଧ୍ୟରୁ ମଲାଇକା ଅରୋରା ଜଣେ। ଏବେ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ କଷ୍ଟସାଧ୍ୟ ଯୋଗାସନ ଶେଆର୍ କରି ମଲାଇକା ୟୁଜର୍ସଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି। ଏହି ଫଟୋରେ ମଲାଇକା ହଳାସନ କରିଥିବା ଦେଖାଯାଇଛି।
ଫଟୋଟିକୁ ଶେଆର୍ କରି ସେ ଲେଖିଛନ୍ତି, ‘ମୁଁ ଭାବୁଛି ନିଜ ପାଇଁ ଆମକୁ କିଛି ସମୟ ଦେବା ଆବଶ୍ୟକ। ଲକଡାଉନ ଆମକୁ ମାନସିକ ଓ ଶାରୀରିକ ସ୍ତରରେ ଏକାଠି କରିଛି। ତେଣୁ ଆପଣମାନେ ଜାଣିବାକୁ ଚାହିଁଥିବେ, ମୁଁ ଘରେ ରହି କ’ଣ କରୁଛି ? ମୁଁ ଘରେ ରହି ଏପରି ଯୋଗାସନ ଅଭ୍ୟାସ କରୁଛି।’
ହଳାସନ କରିବା ଦ୍ୱାରା ମାଂସପେଶୀ ଷ୍ଟ୍ରେଚ୍ ହୋଇଥାଏ। ଫଟୋ ଶେଆର୍ କରି ସେ ହଳାସନ କିପରି କରିବା ଉଚିତ, ତା’ର ଷ୍ଟେପ ମଧ୍ୟ ଫ୍ୟାନ୍ସଙ୍କୁ ଜଣାଇଛନ୍ତି।
କିଛିଦିନ ଧରି ମଲାଇକା ଫ୍ୟାନ୍ସଙ୍କୁ ସୋଶାଲ ମିଡିଆରେ ମନ୍ଡେ’ ମୋଟିଭେସନ ପୋଷ୍ଟ ଶେଆର୍ କରିଆସୁଥିଲେ। ତେଣୁ ଗତକାଲି ଫଟୋ ଶେଆର୍ କରି ମଲାଇକା କହିଛନ୍ତି, ହଳାସନ କରିବା ଦ୍ୱାରା ଆପଣଙ୍କ ନର୍ଭ ସିଷ୍ଟମ୍ ସୁସ୍ଥ ରହିଥାଏ ଏବଂ ଶରୀର ଓ ମସ୍ତିଷ୍କରୁ ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ।
ସୂଚନାଯୋଗ୍ୟ, ମଲାଇକା ସୋଶାଲ ମିଡିଆରେ ନିଜର ଏକ୍ସସରସାଇଜ୍ ଫଟୋ ଶେଆର୍ କରି ଆସୁଛନ୍ତି। ବର୍ତ୍ତମାନ ତାଙ୍କର ହଳାସନ ଫଟୋଟି ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।
from Odisha Reporter https://ift.tt/2XJYQxz
No comments:
Post a Comment