ଋଷିଆକୁ ବ୍ରିଟେନ୍ ଏବଂ କାନାଡାର ବିରୋଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 2, 2020

ଋଷିଆକୁ ବ୍ରିଟେନ୍ ଏବଂ କାନାଡାର ବିରୋଧ

ଲଣ୍ଡନ: ଜି-୭ ବୈଠକରେ ଭାରତ ସମେତ ୪ଟି ଦେଶକୁ ସାମିଲ୍ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆହ୍ୱାନ କରିଛନ୍ତି। ଭାରତ, ଋଷିଆ, ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆକୁ ଟ୍ରମ୍ପ ଆହ୍ୱାନ କରିଛନ୍ତି। ତେବେ ପୂର୍ବରୁ ଜି-୭ ବୈଠକରେ ସାମିଲ୍ ଥିବା ଦେଶ କାନାଡା ଏବଂ ବ୍ରିଟେନ୍ ଋଷିଆକୁ ସାମିଲ୍ କରିବା ନେଇ ଅସନ୍ତୋଷ ଜାହିର କରିଛନ୍ତି। ପୂର୍ବରୁ ଏହି ଜି-୭ ଗ୍ରୁପ ଜି-୮ ଥିଲା। ୨୦୧୪ରେ ଋଷିଆ ବାହାରି ଯିବା ପରେ ଏହି ଗ୍ରୁପ ଜି-୭ ହୋଇଛି। ଯଦି ଋଷିଆ ସାମିଲ୍ ହେବନି ତା’ହେଲେ ଏହି ଗ୍ରୁପ ଜି-୧୦ରେ ପରିଣତ ହେବ।

ଋଷିଆ ଏଯାବତ ବିଶ୍ୱରେ ଶକ୍ତି ଉତ୍ପାଦନ କ୍ଷେତ୍ରରେ ନିଜର ପତିଆରି ରଖିଛି। ତେଣୁ ଆମେରିକା ଋଷିଆକୁ ସାମିଲ୍ କରିବାକୁ ଚାହୁଁଛନ୍ତି। ହେଲେ ପୂର୍ବରୁ ଋଷିଆ ନିଜର ବ୍ୟବହାର ଏବଂ ଆଇନ୍ ଉଲ୍ଲଂଘନ କରିବାରୁ ଏହି ଗ୍ରୁପରୁ ବାହାରି ଯାଇଥିଲା।

ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିଶ ଜନଶନଙ୍କ ମୁଖପାତ୍ର କହିଛନ୍ତି, “ଏଯାବତ ଋଷିଆର ବ୍ୟବହାର ବଦଳି ନାହିଁ। ଏହି ଗ୍ରୁପରେ ପୂର୍ବରୁ ଋଷିଆ ଥିଲା। ହେଲେ ନିଜର ଆଚରଣ ପାଇଁ ବାହାରି ଯାଇଥିଲା। ଏବେ ପୁଣି ଥରେ ଋଷିଆକୁ ଏହି ଗ୍ରୁପରେ ସାମିଲ୍ କରିବା ଠିକ୍ ହେବନି। ଆବଶ୍ୟକ ପଡ଼ିଲେ ବ୍ରିଟେନ ଭିଟୋ ପାଓ୍ୱାର ବ୍ୟବହାର କରି ଋଷିଆର ପ୍ରବେଶ ଉପରେ ଅଙ୍କୁଶ ଲଗାଇବ”।

ସେହିପରି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡେୟୁ କହିଛନ୍ତି, ବିଶୃଙ୍ଖଳିତ ଆଚରଣ ପାଇଁ ଋଷିଆ ଥରେ ଏହି ଗ୍ରୁପରୁ ବହିଷ୍କୃତ ହୋଇଛି। ଏବେ ପୁଣିଥରେ ସାମିଲ୍ କରିବା ଠିକ୍ ନୁହେଁ।

ଜି-୭ରେ ସାମିଲ୍ ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଫୋନ୍ କରି ନିମନ୍ତ୍ରଣ କରିଛନ୍ତି। ଭାରତ ସାମିଲ୍ ହେବ କି ନାହିଁ କିଛି ମତାମତ ରଖିନାହିଁ। ହେଲେ ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ ଏହି ଗ୍ରୁପରେ ସାମିଲ୍ ହେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ସେହିପରି ଏହି ଗ୍ରୁପରେ ସାମିଲ୍ ଥିବା ଜର୍ମାନୀ ଚଳିତଥର ବୈଠକରେ ସାମିଲ୍ ହେବନି ବୋଲି କହିଛି।

ସୂଚନାଯୋଗ୍ୟ, ଚଳିତମାସ ଜୁନରେ ଆମେରିକା ନେତୃତ୍ୱରେ ଜି-୭ ବୈଠକ ହେବାର ଥିଲା। ହେଲେ ଏହି ଗ୍ରୁପରେ ସାମିଲ୍ ଥିବା ଆଧୁନିକ ବିଶ୍ୱର ନେତୃତ୍ୱ ନେବା ଭଳି ଦେଖାଯାଉନି ବୋଲି ଟ୍ରମ୍ପ କହିଥିଲେ। ଏହାପରେ ଭାରତ ସମେତ ୪ଟି ଦେଶକୁ ସାମିଲ୍ କରିବାକୁ ଟ୍ରମ୍ପ ଆହ୍ୱାନ କରିଛନ୍ତି। ସେପ୍ଟେମ୍ୱର ମାସରେ ଜି-୭ର ବୈଠକ ହେବ ବୋଲି ଟ୍ରମ୍ପଙ୍କ କାର୍ଯ୍ୟାଳୟ ହ୍ୱାଇଟ୍ ହାଉସ ପକ୍ଷରୁ ସୂଚନା ମିଳିଛି।



from Odisha Reporter https://ift.tt/36TTenq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages