କାହିଁକି ଖାଇବେ ଚଣା ଡାଲି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 20, 2020

କାହିଁକି ଖାଇବେ ଚଣା ଡାଲି?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଣା ଡାଲିରେ ଆପଣ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରିଥା’ନ୍ତି। ଏଥିରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍‌ ଓ ଫାଇବର୍‌ ରହିଛି। ଦୈନନ୍ଦିନ ରୁଟିନ୍‌ରେ ଚଣା ଡାଲିକୁ ସାମିଲ କଲେ ଅନେକ ଲାଭ ମିଳିଥାଏ। ଆସନ୍ତୁ ଜାଣିବା ସେଗୁଡ଼ିକ ବିଷୟରେ…

୧. ଗୋଟିଏ କପ୍‌ ବା ୧୦୦ ଗ୍ରାମ୍‌ ସିଝା ଚଣା ଡାଲିରେ ୧୬୪ କିଲୋ କ୍ୟାଲୋରୀ ରହିଥାଏ। ଏହା ବ୍ୟତୀତ ଏଥିରେ ୯ ଗ୍ରାମ୍‌ ପ୍ରୋଟିନ୍‌, ୮ ଗ୍ରାମ୍‌ ଫାଇବର୍‌, ୨.୬ ଗ୍ରାମ୍‌ ଫ୍ୟାଟ୍‌ ଥାଏ। ତେଣୁ ଚଣା ଡାଲି ଖାଇଲେ ଶରୀରରେ କୋଲେଷ୍ଟ୍ରଲ୍‌ ବୃଦ୍ଧି ହୋଇ ନ ଥାଏ।

୨. ଚଣା ଡାଲିରେ ଥିବା ଆଇରନ୍‌, ଫସଫରସ୍‌, ଜିଙ୍କ୍‌, କପର୍‌, ମାଙ୍ଗାନିଜ୍‌, କୋଲାଇନ୍‌, ସେଲେନିୟମ୍‌, ଭିଟାମିନ୍‌ କେ, ମ୍ୟାଗ୍ନେସିୟମ୍‌ ତତ୍ତ୍ୱ ଶରୀରକୁ ପ୍ରଚୁର ମାତ୍ରାରେ ଭିଟାମିନ୍‌-ବି ୬ ପ୍ରଦାନ କରିଥାଏ।

୩. ଯଦି ଆପଣ ଓଜନ କମ୍‌ କରିବାକୁ ଚାହୁଁଛନ୍ତି, ତେବେ ପ୍ରତିଦିନ ଚଣା ଡାଲି ଖାଆନ୍ତୁ। ଏଥିରେ ଫାଇବର୍ ଥିବାରୁ ଭୋକ କମ୍‌ ଲାଗିଥାଏ।

୪. ଆହୁରି ମଧ୍ୟ ଫାଇବର୍‌ ଯୁକ୍ତ ଖାଦ୍ୟ ଖାଇଲେ ଡାଇବେଟିସ୍‌ର ଆଶଙ୍କା କମ୍‌ ରହିଥାଏ। ଚଣା ଡାଲିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ, ଶରୀରରେ ଇନ୍‌ସୁଲିନ୍‌ ଉତ୍ପାଦନର ଶକ୍ତି ବୃଦ୍ଧି କରିଥାଏ। ଏଥିପାଇଁ ଡାଇବେଟିସ୍‌ ରୋଗୀଙ୍କୁ ହାଇ-ଫାଇବର୍‌ ଯୁକ୍ତ ଖାଦ୍ୟ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ।

୫. ଚଣା ଡାଲି ଖାଇଲେ ହାଡ଼ ଓ ଦାନ୍ତ ମଜବୁତ୍‌ ହୋଇଥାଏ। ଏଥିରେ କ୍ୟାଲସିୟମ୍‌, ମ୍ୟାଗ୍ନେସିୟମ୍‌ ଓ ଫସଫରସ୍‌ ପ୍ରଚୁର ମାତ୍ରାରେ ରହିଛି। କେବଳ ଏତିକି ନୁହେଁ, ଏଥିରେ ଥିବା ମାଇକ୍ରୋନ୍ୟୁଟ୍ରିଏଣ୍ଟସ୍‌ ହାଡ଼ ଓ ଦାନ୍ତକୁ ମଜବୁତ୍‌ ରଖିଥାଏ।

୬. ଚଣା ଡାଲିରେ ଭିଟାମିନ୍‌ ବି ୯ ବା ଫୋଲେଟ୍‌ ଅଧିକ ମାତ୍ରାରେ ରହିଛି। ଫୋଲେଟ୍‌ ମସ୍ତିଷ୍କର କୋଷ ଓ ତନ୍ତ୍ରିକାକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ତେଣୁ ଏହାକୁ ଖାଇଲେ ମୋବାବୋଲିଜିମ୍‌ ସୁସ୍ଥ ରହିଥାଏ।

୭. ଚଣା ଡାଲିରେ ଥିବା ଫାଇବର୍‌ ପେଟରୁ ସୁସ୍ଥ ରଖିଥାଏ, ତେଣୁ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ।



from Odisha Reporter https://ift.tt/2Yinfuw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages