ଭୁବନେଶ୍ୱର/ଭଦ୍ରକ(ଓଡ଼ିଶା ରିପୋର୍ଟର): ଆଜିଠୁ ପୁଣି ଥରେ ଦୁଇ ଦିନିଆ ଶଟ୍ଡାଉନ୍ ଆରମ୍ଭ ହୋଇଛି। ଅଧିକ କରୋନା ପ୍ରଭାବିତ ୧୧ ଜିଲ୍ଲାରେ ଶନି ଓ ରବିବାର ଦୁଇ ଦିନ ଶଟ୍ଡାଉନ୍ ରହିବ। ଏହି ସବୁ ଜିଲ୍ଲାର ପ୍ରବେଶ ପଥ ଓ ପ୍ରମୁଖ ସହରରେ ପୁଲିସ୍ ପକ୍ଷରୁ କଡ଼ାକଡ଼ି ଯାଞ୍ଚ କରାଯାଉଛି। କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନଥିଲେ ଘରୁ ବାହାରିବାକୁ ବାରଣ କରାଯାଇଛି। ଶଟ୍ଡାଉନ ଯୋଗୁ ରାସ୍ତାଘାଟ ଖାଁ ଖାଁ ରହିଛି।
ତେବେ ଶଟ୍ଡାଉନ୍ର ପ୍ରଭାବ ଭଦ୍ରକ ସହରରେ ଦେଖିବାକୁ ମିଳିଛି। ସମ୍ପୂର୍ଣ୍ଣ ସହର ଜନଶୂନ୍ୟ ହୋଇ ପଡ଼ିଛି। ସହରର ବିଭିନ୍ନ ସ୍ଥାନରେ ପୁଲିସ୍ ଯାଞ୍ଚ କରୁଛି। ଏଥିସହ ସହରରେ ମୋବାଇଲ ଭ୍ୟାନକୁ ନିୟୋଜିତ କରାଯାଇଛି। ଜ଼ିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ମୁଖ୍ୟତଃ ଗାଁମାନଙ୍କରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି। ଏପର୍ଯ୍ୟନ୍ତ ଜ଼ିଲ୍ଲାରେ ମୋଟ ୧୮୦ ଜଣ ଆକ୍ରାନ୍ତ ଚି଼ହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୧୬୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ ରାଜ୍ୟ ସରକାର ୧୧ଟି ଜିଲ୍ଲାକୁ ଜୁନ୍ ମାସର ପ୍ରତି ଶନିବାର ଓ ରବିବାର ଶଟଡାଉନ୍ ଘୋଷଣା କରିଛନ୍ତି। ଏହି ଜିଲ୍ଲାଗୁଡ଼ିକ ହେଉଛି- ଗଞ୍ଜାମ, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ବଲାଙ୍ଗିର।
from Odisha Reporter https://ift.tt/2UXhXm8
No comments:
Post a Comment