ରାଜଧାନୀରେ ପ୍ରଥମଥର ପାଇଁ ଦିନକରେ ୩ ହଜାରରୁ ଅଧିକ ପଜିଟିଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 19, 2020

ରାଜଧାନୀରେ ପ୍ରଥମଥର ପାଇଁ ଦିନକରେ ୩ ହଜାରରୁ ଅଧିକ ପଜିଟିଭ

ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତି ଏବେ ମହାରାଷ୍ଟ୍ର ଠାରୁ ବି ଅଧିକ ଜଟିଳ ହେବାର ଆଶଙ୍କ ପାଇଲାଣି। ପ୍ରଥମଥର ପାଇଁ ୨୪ ଘଣ୍ଟା ମଧ୍ୟରେ ଜାତୀୟ ରାଜଧାନୀ ଦିଲ୍ଲୀରେ ୩ ହଜାରରୁ ଅଧିକ ପଜିଟିଭ କେସ ଚିହ୍ନଟ କରାଯାଇଛି। କରୋନା ଦିଲ୍ଲୀରେ କାୟା ମେଲାଇବା ଦିନଠାରୁ କେବେ ହେଲେ ଏତେ ସଂଖ୍ୟକ କରୋନା ରୋଗୀ ଚିହ୍ନଟ ହୋଇ ନଥିଲେ।

ହେଲେ ଶୁକ୍ରବାର ସବୁ ପୁରୁଣା ରେକର୍ଡ ଭାଙ୍ଗି ଯାଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ରୋଗୀଙ୍କ ସଂଖ୍ୟା ୫୦,୧୧୬କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରୁ ୨୯,୫୬୯ ଜଣ ସୁସ୍ଥ ହୋଇଥିବା ବେଳେ ୨୭,୫୧୨ ଜଣ ବିଭିନ୍ନ ହସ୍ପିଟାଲ ଓ ହୋମ କ୍ୱାରେଣ୍ଟାଇନରେ ରହି ଚିକିତ୍ସିତ ହେଉଛନ୍ତି।

ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ କରୋନା ପୁଣି ୬୬ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨ ହଜାର ପାର କରିଛି। ବର୍ତ୍ତମାନ କରୋନା ଯୋଗୁ ଦିଲ୍ଲୀରେ ୨୦୩୫ ଜଣଙ୍କ ଜୀବନ ଗଲାଣି।

ଗୁରୁବାର ମଧ୍ୟ ଦିଲ୍ଲୀରେ ରେକର୍ଡ ୨୮୭୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଦୀର୍ଘ ଦିନ ହେଲାଣି ଦିଲ୍ଲୀରେ ଦୈନିକ ୨ ହଜାରରୁ ଅଧିକ ରୋଗୀ ଚିହ୍ନଟ ହେଉଥିବାରୁ ସରକାରଙ୍କ ଚିନ୍ତା ବଢ଼ିଥିଲା। ହେଲେ ଏବେ ଏହି ସଂଖ୍ୟା ୩ ହଜାର ପାର କରିଯାଇଛି।



from Odisha Reporter https://ift.tt/3dhhMIS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages