୩୯ ବର୍ଷରେ ଅଭିନେତା ଚିରଞ୍ଜୀବୀଙ୍କ ପରଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 7, 2020

୩୯ ବର୍ଷରେ ଅଭିନେତା ଚିରଞ୍ଜୀବୀଙ୍କ ପରଲୋକ

ବେଙ୍ଗାଲୁରୁ: କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ଦକ୍ଷ ଅଭିନେତା ଚିରଞ୍ଜୀବୀ ସାରଜାଙ୍କ ଗତକାଲି ଅପରାହ୍ନରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୯ ବର୍ଷ ହୋଇଥିଲା।

ଶ୍ୱାସକ୍ରିୟାରେ ସମସ୍ୟା ଦେଖା ଦେବାରୁ ତାଙ୍କୁ ବେଙ୍ଗାଲୁରୁର ଏକ ଘରୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ହୃଦ୍‌ଘାତ ହୋଇଥିଲା ଓ ସେଥିରେ ତାଙ୍କର ପରଲୋକ ହୋଇଥିଲା। ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଡାକ୍ତରମାନେ କହିଥିଲେ ସୁଦ୍ଧା ସ୍ୱାବ ସଂଗ୍ରହ କରାଯାଇ କୋଭିଡ୍ ଟେଷ୍ଟ୍ ପାଇଁ ପଠାଯାଇଛି।

ଚିରଞ୍ଜୀବୀ ୨୦୦୯ ମସିହାରେ କନ୍ନଡ଼ ଫିଲ୍ମ ‘ବାୟୁପୁତ୍ର’ରୁ ଡେବ୍ୟୁ କରିଥିଲେ। ସେ ୨୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। ସେ ସାଉଥ୍‌ ଇଣ୍ଡିଆନ୍ ଷ୍ଟାର ଅର୍ଜୁନ୍ ସାରଜାଙ୍କ ପୁତୁରା ଥିଲେ। ସେହିପରି ଅଭିନେତା ଧ୍ରୁବ ସାରଜା ହେଉଛନ୍ତି ତାଙ୍କ ଭାଇ।



from Odisha Reporter https://ift.tt/2MFYKAZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages