ଶୁଣିଲାନି ପ୍ରଶାସନ, ମଙ୍ଗଳସୂତ୍ର ବିକି ଘରକୁ ଫେରିଲେ ଦମ୍ପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 3, 2020

ଶୁଣିଲାନି ପ୍ରଶାସନ, ମଙ୍ଗଳସୂତ୍ର ବିକି ଘରକୁ ଫେରିଲେ ଦମ୍ପତି

ବାସୁଦେବପୁର(କିରଟି ଦାସ ): ଲକ୍‌ଡାଉନ୍‌ ଯୋଗୁ ପ୍ରବାସୀଙ୍କ ଯାତନା ସୀମା ଟପିଛି। ସ୍ୱାମୀ ବଞ୍ଚି ଥାଉ ଥାଉ ବେକରୁ ମଙ୍ଗଳସୂତ୍ର ଖୋଲି ବିକି ଦେଲା ସ୍ତ୍ରୀ। ଘରକୁ ଫେରିବାକୁ ପାଖରେ ଟଙ୍କା ନ ଥିବା ବେଳେ ହେଲପ୍‌ଲାଇନ୍‌କୁ ଫୋନ କରି ମଧ୍ୟ କିଛି ସାହାଯ୍ୟ ମିଳି ନ ଥିଲା। ଶେଷରେ ଏକ ସାଇକେଲ କିଣି ସୁଦୂର ବାଙ୍ଗାଲୋରରୁ ଓଡ଼ିଶା ଫେରିବାକୁ ସ୍ଥିର କରି ନିଜ ମଙ୍ଗଳସୂତ୍ର ବିକି ଦେଇଥିବା କୋହଭରା କଣ୍ଠରେ କହିଛନ୍ତି ପ୍ରବାସୀ ମହିଳାଜଣକ। ଏପରି  କାହାଣୀ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଅଲବଗା ଗାଁରେ।

ଅଲବଗା ଗାଁର ଚନ୍ଦନ ଜେନା ବାଙ୍ଗାଲୋରରେ ଏକ ହଷ୍ଟେଲରେ ରୋଷେୟା ଭାବେ କାମ କରୁଥିଲେ । ଦୁର୍ଗା ପୂଜାଠୁ ନିଜ ସ୍ତ୍ରୀଙ୍କ ସହ ସେଠାକୁ ଯାଇଥିବା ବେଳେ ଦୁଃଖେସୁଖେ ଚଳି ଯାଉଥିଲେ। କିନ୍ତୁ ଲକ୍‌ଡାଉନ୍‌ରେ କାମ ଚାଲିଯିବା ପରେ  ସେଠାରୁ ଫେରି ପାରୁ ନ ଥିଲେ।  ପାଖରୁ ଟଙ୍କା ସରି ସରି ଆସୁଥିବା ବେଳେ ଆରମ୍ଭ ହୋଇଗଲା ସମସ୍ୟା । ମାଲିକ ବି ଆଉ ଟଙ୍କା ଦେବାକୁ ଧରାଛୁଆଁ ଦେଲାନି।  ହେଲପ୍‌ଲାଇନ୍‌କୁ ବାରମ୍ବାର ଫୋନ୍‌ କରିବା ପରେ ବି କିଛି ସହାୟତା ମିଳିଲାନି ।

ଶେଷରେ ଗାଁକୁ ଫେରିବା ପାଇଁ ସ୍ଥିର କରି ଚନ୍ଦନ ନିଜ ସ୍ତ୍ରୀଙ୍କ ମଙ୍ଗଳସୂତ୍ରକୁ ୧୫ ହଜାର ଟଙ୍କାରେ ବିକି ଦେଇଥିଲେ। ସେଥିରୁ ୧୦ ହଜାର ଟଙ୍କାରେ ୨ ଟି ସାଇକେଲ କିଣିଥିଲେ। ଗୋଟିଏରେ ଚନ୍ଦନ ସ୍ତ୍ରୀଙ୍କ ସହ ଆସିଥିବା ବେଳେ ଅନ୍ୟ ଏକ ସାଇକେଲରେ ତାଙ୍କର ଜଣେ ସମ୍ପର୍କୀୟ ଆସିଥିଲେ।  ବାଟରେ ବହୁ ଘାତ, ପ୍ରତିଘାତ ସହି ଖରା ବର୍ଷାରେ ଜଙ୍ଗଲ , ପାହାଡ଼ ଅତିକ୍ରମ କରି ସାଇକେଲରେ ସ୍ତ୍ରୀକୁ ବସାଇ ବାଙ୍ଗାଲୋରରୁ ଆସି ଶେଷରେ ଭିଟିମାଟିରେ ପହଞ୍ଚି ପାରିଥିବାରୁ ଖୁବ୍‌ ଖୁସି ଥିବା କହିଛନ୍ତି ଚନ୍ଦନ।

ହେଲେ ହେଲପ୍‌ ଲାଇନ୍‌କୁ ଫୋନ୍‌ କରି ନାମ ପଞ୍ଜୀକରଣ କରିଥିଲେ ମଧ୍ୟ କୌଣସି ସହାୟତା ମିଳି ନ ଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି। 



from Odisha Reporter https://ift.tt/2BzsMEl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages