କୁଚିଣ୍ଡା(ଦେବେନ୍ଦ୍ର ବେହେରା): ସରକାରୀ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଫେରି ଘରେ ହୋମ୍ କ୍ୱାରେଣ୍ଟାଇନରେ ଥିବା ସମୟରେ ଜଣେ ମହିଳା ବେକରେ ଓଢ଼ଣି ଦେଇ ଆତ୍ମହତ୍ୟା କରିଛନ୍ତି। ତାଙ୍କ ନାଁ ପଲ୍ଲବୀ। ତାଙ୍କ ଘର ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ବକ୍ସମା ଗାଁରେ।
ସୂଚନାଯୋଗ୍ୟ, ବକ୍ସମା ଗାଁର ପାପୁନ ପଶାୟତ ୫ ବର୍ଷ ତଳେ ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ସେ ପଲ୍ଲବୀଙ୍କୁ ବିବାହ କରିଥିଲେ। ତେବେ ସେମାନେ ଅନେକ ସମୟରେ ବକ୍ସମା ଗାଁରେ ଆସି ରହୁଥିଲେ। ହେଲେ ଗତ ୬ ମାସ ହେବ ପଲ୍ଲବୀ ଏକୁଟିଆ କାମ କରିବାକୁ ଆନ୍ଧ୍ର ପ୍ରଦେଶ ପଳାଇଥିଲେ। ଗାଁରେ ତାଙ୍କ ସ୍ୱାମୀ ଓ ୫ ବର୍ଷର ପୁଅ ରହୁଥିଲେ।
ଲକ୍ଡାଉନ୍ ଯୋଗୁ କାମ ନମିଳିବାରୁ ପଲ୍ଲବୀ ଗାଁକୁ ଆସିବାକୁ ଚାହିଁଥିଲେ। ଏହାପରେ ପାପୁନ ତାଙ୍କ ନାମ ପଞ୍ଜୀକରଣ କରାଇଥିଲେ। କିଛି ଦିନ ତଳେ ପଲ୍ଲବୀ ଗାଁକୁ ଆସିବା ପରେ ତାଙ୍କୁ ଚାନ୍ଦିନୀମାଲ ସରକାରୀ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଥିଲା। ସେ ସେଠାରେ ୧୪ ଦିନ ରହିଥିଲେ। ଏହାପରେ ସେ ହୋମ୍ କ୍ୱାରେଣ୍ଟାଇନ୍ରେ ୭ ଦିନ ରହିବାର ଥିଲା। ହେଲେ ଗତକାଲି ହୋମ୍ କ୍ୱାରେଣ୍ଟାଇନ୍ ଅବଧିର ୪ ଦିନରେ ଘର ଭିତରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଜାରି ରଖିଛି।
from Odisha Reporter https://ift.tt/3dyCbtH
No comments:
Post a Comment