ଫିନାଇଲ ପିଇ ଦେଇଥିଲେ; ସାନ ପୁଅ ପରେ ଆଖି ବୁଜିଲେ ମା’ ଭଉଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 3, 2020

ଫିନାଇଲ ପିଇ ଦେଇଥିଲେ; ସାନ ପୁଅ ପରେ ଆଖି ବୁଜିଲେ ମା’ ଭଉଣୀ

ଝାରସୁଗୁଡ଼ା (ଭାଗିରଥୀ ସାହୁ): ୨ ଦିନ ପୂର୍ବେ ଫିନାଇଲ୍‌ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଏକ ପରିବାରର ୫ ସଦସ୍ୟଙ୍କ ମଧ୍ୟରୁ ଆଖି ବୁଜି ସାରିଲେଣି ୩ ସଦସ୍ୟ । ଗତକାଲି ଘରର ସାନ ପୁଅର ମୃତ୍ୟୁ ହୋଇଥିବା ବେଳେ ଏହାପରେ ତାଙ୍କ ମା’ ଓ ଜଣେ ଭଉଣୀ ମଧ୍ୟ ଆଖି ବୁଜିଥିବା ଜଣାଯାଇଛି।

ଝାରସୁଗୁଡ଼ା ଜିଲ୍ଲା ବିଟିଏମ୍ ଫାଣ୍ଡି ଲହଣ୍ଡାବୁଡ଼ରେ ୨ ଦିନ ପୂର୍ବେ ଏପରି ଅଭାବନୀୟ ଘଟଣା ଘଟିଥିଲା। ଘରର ବଡ଼ ପୁଅର ମୃତ୍ୟୁ ପରେ ପରିବାରର ୫ ସଦସ୍ୟ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇ ଏପରି  ଚରମ ପଦକ୍ଷେପ ଉଠାଇଥିଲେ।  ଏହାପରେ ସମସ୍ତଙ୍କୁ ପ୍ରଥମେ ଝାରସୁଗୁଡ଼ା ଓ ପରେ ପରେ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା।

ଗତ ମଙ୍ଗଳବାର ରାତିରେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସାନ ପୁଅ ଶ୍ରୀକାନ୍ତ ବିଶ୍ୱାଳଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଗତ ରାତିରେ ଭଉଣୀ ପିଙ୍କି ବିଶ୍ୱାଳଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ସକାଳେ ୫୮ ବର୍ଷୀୟା ମା’ ପୁଷ୍ପାବତୀ ବିଶ୍ୱାଳ ଆଖି ବୁଜିଛନ୍ତି  ।

ଉଲ୍ଲେଖଯୋଗ୍ୟ ଯେ, ଘରର ବଡ଼ ପୁଅ ୨ ବର୍ଷ ପୂର୍ବେ ଦୁର୍ଘଟଣାରେ ଗୁରୁତର ହୋଇ ପଡ଼ିଥିବା ବେଳେ ୨ ଦିନ ପୂର୍ବେ ତାଙ୍କ ମୃତ୍ୟୁ ହୋଇଥିଲା। ଏଥିରେ ଭାଙ୍ଗିପଡ଼ି ସମସ୍ତ ପରିବାର ସଦସ୍ୟ ଏପରି ଚରମ ପଦକ୍ଷେପ ନେଇଥିଲେ। ଘରେ ବଡ଼ ପୁଅର ମୃତଦେହ ପଡ଼ିଥିବା ବେଳେ ମା’ ୩ ଭଉଣୀ ଓ ଜଣେ ଭାଇ ଫିନାଇଲ ପିଇ ଦେଇଥିଲେ। ଖବର ପାଇ ପୁଲିସ୍‌ ପହଞ୍ଚି ସେମାନଙ୍କୁ ଝାରସୁଗୁଡ଼ା ମେଡିକାଲରେ ଭର୍ତ୍ତି କରିଥିଲା।



from Odisha Reporter https://ift.tt/2MEDUC9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages