ଗଞ୍ଜାମରେ ଆଉ ୧୮ କରୋନା ଯୋଦ୍ଧା ପଜିଟିଭ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 26, 2020

ଗଞ୍ଜାମରେ ଆଉ ୧୮ କରୋନା ଯୋଦ୍ଧା ପଜିଟିଭ୍‌

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୧୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୪୩ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ଲୋକାଲ କେସ୍‌ ୨୭ଟି ବୋଲି ଜଣାପଡ଼ିଛି। ତେବେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ଜଣ କରୋନା ଯୋଦ୍ଧା  ଅଛନ୍ତି।

ସେହିପରି ପୁରୁଷୋତ୍ତମପୁରର ଜଣେ ସୁରତ ଫେରନ୍ତା କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆଉ ୩୯ ଜଣ କଣ୍ଟାକ୍ଟ‌ ଟ୍ରେସିଂରେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ଗଞ୍ଜାମ ଜିଲ୍ଲାପାଳ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୯୫  ଛୁଇଁଛି। ସେମାନଙ୍କ ମଧ୍ୟରୁ ୮୧୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩୭୫ ଜଣ ଚିକିତ୍ସାଧୀନ ଅଛନ୍ତି।

ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬,୩୫୦ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୪,୪୩୨ଜଣ ସୁସ୍ଥ ହୋଇ ସାରିଲେଣି। ଏବେ ବି ରାଜ୍ୟର ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ୧,୯୦୩ ଜଣ ଚିକିତ୍ସିତ ହେଉଛନ୍ତି।

The post ଗଞ୍ଜାମରେ ଆଉ ୧୮ କରୋନା ଯୋଦ୍ଧା ପଜିଟିଭ୍‌ appeared first on Odisha Reporter.



from Odisha Reporter https://ift.tt/2YFe9s9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages