ଅଢେଇ ମାସ ପରେ ଆଜିଠୁ ଗଡ଼ିଲା ଟ୍ରେନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 7, 2020

ଅଢେଇ ମାସ ପରେ ଆଜିଠୁ ଗଡ଼ିଲା ଟ୍ରେନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାୟ ଦୀର୍ଘ ଅଢେଇ ମାସ ପରେ ଆଜିଠୁ ରାଜ୍ୟ ଭିତରେ ୬ଟି ସ୍ପେଶାଲ ଟ୍ରେନ୍ ଚଳାଚଳ ଆରମ୍ଭ କରୁଛି। ଆଜି ଭୋର୍ ୫ଟା ୧୦ରୁ ରାଉରକେଲାରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିଛି ସ୍ପେଶାଲ ଟ୍ରେନ୍ । ଷ୍ଟେଶନ ଛାଡ଼ିବା ପୂର୍ବରୁ ଏହି ଟ୍ରେନ୍‌କୁ ସାନିଟାଇଜ କରାଯାଇଥିବା ବେଳେ ଏଥିରେ ସାମାଜିକ ଦୂରତା ଓ ସ୍ୱଚ୍ଛତା ଅବଲମ୍ବନକୁ ଗୁରୁତ୍ୱ ଦିଆଯାଇଛି।

ଏହାବ୍ୟତୀତ ଭୁବନେଶ୍ୱରରୁ ବଲାଙ୍ଗିର, ଭଦ୍ରକ, ବ୍ରହ୍ମପୁର, କୋରାପୁଟ ଏବଂ ସମ୍ବଲପୁରରୁ ଖୋର୍ଦ୍ଧା ରୋଡ୍ ଷ୍ଟେସନ୍ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍‌ ଚାଲିବ ।

ଭୁବନେଶ୍ୱର-କୋରାପୁଟ ସ୍ପେଶାଲ ଟ୍ରେନ୍‌ଟି ସମ୍ବଲପୁର, ଟିଟିଲାଗଡ଼ ଓ ରାୟଗଡ଼ା ଦେଇ ଚଳାଚଳ କରିବ । ଏହି ଟ୍ରେନଟି ସପ୍ତାହକକୁ ୩ ଦିନ ଚଳାଚଳ କରିବ । ଅନ୍ୟ ୫ଟି ସ୍ପେଶାଲ୍ ଟ୍ରେନ୍ କେବଳ ଶନିବାର ଓ ରବିବାରକୁ ଛାଡ଼ି ଅନ୍ୟ ୫ ଦିନ ଯିବା ଆସିବା କରିବ ।

ସ୍ପେଶାଲ ଟ୍ରେନ ପାଇଁ ଟିକେଟ୍ ରିଜର୍ଭେସନ କାଉଣ୍ଟର ଓ IRCTC ୱେବସାଇଟରୁ ମିଳିବ । କେବଳ କନ୍‌ଫର୍ମ  ଟିକେଟ ଥିବା ଯାତ୍ରୀଙ୍କୁ ଯାତ୍ରା ପାଇଁ ଅନୁମତି ମିଳିବ ବୋଲି ରେଲେଓ୍ୱ ପକ୍ଷରୁ ସୂଚନା ମିଳିଛି  ।



from Odisha Reporter https://ift.tt/3h4h4lm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages