ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚି ଯାଇଛି।
ଏହି ଦୁଇ ମୃତକଙ୍କ ମଧ୍ୟରୁ ଜଣେ ବରଗଡ଼ ଜିଲ୍ଲାର। ତାଙ୍କୁ ୭୬ ବର୍ଷ ହୋଇଥିଲା ଓ ସେ ଜଣେ ପୁରୁଷ ଥିଲେ। ସେହିପରି ଅନ୍ୟ ମୃତକ ମଧ୍ୟ ଜଣେ ପୁରୁଷ। ସେ ଗଞ୍ଜାମ ଜିଲ୍ଲାର। ତାଙ୍କୁ ୪୯ ବର୍ଷ ହୋଇଥିଲା। ଏହା ସହିତ ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି। ଅନ୍ୟପକ୍ଷରେ ବରଗଡ଼ ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପଶ୍ଚିମ ଓଡ଼ିଶାରେ କରୋନା ପ୍ରଥମ ମୁଣ୍ଡ ନେଇଛି।
ବରଗଡ଼ରେ ପ୍ରାଣ ହରାଇଥିବା ବୃଦ୍ଧ ଜଣଙ୍କ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେ ଦୀର୍ଘ ଦିନ ହେବ ଡାଇବେଟିସ୍ରେ ମଧ୍ୟ ପୀଡ଼ିତ ଥିଲେ।
Regret to inform that a 76 year old Covid positive Male of Bargarh district passed away while under treatment in hospital. He was also suffering from diabetes for long.
— H & FW Dept Odisha (@HFWOdisha) June 21, 2020
ସେହିପରି ଆଉ ଜଣେ କରୋନା ଆକ୍ରାନ୍ତଙ୍କର ମଧ୍ୟ ମୃତ୍ୟୁ ଘଟିଛି। ତେବେ ସେ କରୋନା ଯୋଗୁ ନୁହେଁ, ଅନ୍ୟ କାରଣ ଯୋଗୁ ପ୍ରାଣ ହରାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।
Another Covid positive 49 year old Male patient of Ganjam district passed away in hospital. He was also a patient of Chronic Obstructive Pulmonary Disease.
— H & FW Dept Odisha (@HFWOdisha) June 21, 2020
କରୋନାରେ ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କଟକ ଓ ପୁରୀରୁ ଜଣେ ଲେଖାଏ ପ୍ରାଣ ହରାଇଛନ୍ତି।
from Odisha Reporter https://ift.tt/3fVrD91
No comments:
Post a Comment