ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ସବୁଠୁ ଅଧିକ କରୋନା ପ୍ରଭାବିତ ୧୧ ଜିଲ୍ଲାରେ ଜୁନ୍ ମାସର ପ୍ରତି ଶନି ଓ ରବିବାର ଶଟ୍ଡାଉନ୍ ଘୋଷଣା କରାଯାଇଛି। ଏହି ସମୟରେ ସବୁ ଦୋକାନ ବଜାର ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି। ତେବେ ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ କ୍ଷୀର ଉପଲବ୍ଧ ହେବ।
ଶନି ଓ ରବିବାର ଶଟ୍ଡାଉନ୍ ବେଳେ ଓମଫେଡ୍ ପ୍ରଡକ୍ଟ ବିକ୍ରି ହେବା ନେଇ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଶଟ୍ଡାଉନ୍ ବେଳେ ଜୁନ୍ ମାସରେ କିଏ ଓମଫେଡ୍ ପ୍ରଡକ୍ଟ ବିକ୍ରି କରିବେ ସେ ସମ୍ପର୍କରେ ତାଲିକା ପ୍ରକାଶ ପାଇଛି। ଭୁବନେଶ୍ୱରରେ ୨୬ଟି ରିଟେଲରଙ୍କ ଠିକଣା ସହ ମୋବାଇଲ ନଂ ମଧ୍ୟ ଜାରି କରାଯାଇଛି। କେବଳ ତାଲିକାରେ ସ୍ଥାନୀତ ରିଟେଲର ଓମଫେଡ୍ ପ୍ରଡକ୍ଟ ବିକ୍ରି କରି ପାରିବେ।
from Odisha Reporter https://ift.tt/3eNFz4e
No comments:
Post a Comment