୩ ଆତଙ୍କବାଦୀ ନିହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 15, 2020

୩ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ଶୋପିଆନ୍ ଜିଲ୍ଲାର ତୁରକାବନଗାମ ଅଞ୍ଚଳରେ ଆଜି ସକାଳେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ତେବେ ଖବର ଲେଖାଯିବା ସୁଦ୍ଧା ସେମାନଙ୍କ ପରିଚୟ ମିଳିପାରି ନଥିଲା।

ଆତଙ୍କବାଦୀ ଥିବା ନେଇ କୌଣସି ସୂତ୍ରରୁ ସୂଚନା ପାଇ ସୁରକ୍ଷାକର୍ମୀମାନେ ଆଜି ସକାଳ ସାଢ଼େ ୬ଟା ବେଳେ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ କରିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ସେମାନଙ୍କ ଉପରେ ଗୁଳି ଚଳାଇଥିଲେ। ସୁରକ୍ଷାକର୍ମୀମାନେ ଏହାର ଜବାବ ଦେଇଥିଲେ। ଦୁଇ ପକ୍ଷ ମଧ୍ୟରେ ଗୁଳିବିନିୟମ ବେଳେ ୩ ଆତଙ୍କବାଦୀ ନିହତ ହୋଇଥିଲେ।

ଘଟଣାସ୍ଥଳରୁ ଗୋଟିଏ ଇନ୍‌ସାସ୍ ଓ ଦୁଇଟି ଏକେ-୪୭ ରାଇଫଲ ଜବତ କରାଯାଇଛି। ଏବେ ବି ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।

ଜମ୍ମୁ ଓ କଶ୍ମୀରରେ ଲଗାତାର ଭାବେ ଆତଙ୍କବାଦୀଙ୍କ ବିରୋଧରେ ଅପରେସନ୍ ଚାଲିଛି। ଏହା ପୂର୍ବରୁ ଶନିବାର କୁଲଗାମ ଜିଲ୍ଲାର ଏକ ଗାଁରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିୟମ ହୋଇଥିଲା। ଏଥିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିଲେ।



from Odisha Reporter https://ift.tt/2zA0ZTo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages