କାର୍‌ ଭିତରେ ଚାଲିଗଲା ୨ ଶିଶୁଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 15, 2020

କାର୍‌ ଭିତରେ ଚାଲିଗଲା ୨ ଶିଶୁଙ୍କ ଜୀବନ

ଲକ୍ଷ୍ନୌ: ଖେଳ ହେଲା କାଳ। ୪ ଶିଶୁ କାର୍‌ ଭିତରେ ଖେଳୁଥିବା ବେଳେ ହଠାତ୍‌ ତାହା ଲକ୍‌ ହୋଇଗଲା। ଫଳରେ ତାହା ଭିତରେ ଶ୍ୱାସରୁଦ୍ଧ ହୋଇ ୨ ଶିଶୁ ଆଖି ବୁଜି ଦେଇଛନ୍ତି। ଏପରି ଅଭାବନୀୟ ଘଟଣା ଉତ୍ତରପ୍ରଦେଶ ମୋରଦାବାଦ ସହରରେ ଘଟିଛି ।

ପୁଲିସ୍‌ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ୪ ପିଲା କାର ଭିତରେ ଖେଳୁଥିଲେ। ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ  ନ ବାହାରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଏହାପରେ କାର୍‌ ଭିତରୁ ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଉଦ୍ଧାର  କରି ନିକଟସ୍ଥ ଡାକ୍ତରଖାନା ନେଇଥିଲେ । ସେଠାରେ ଡାକ୍ତର ୨ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ। ଆଉ ୨ ଜଣ ଶିଶୁ ଚିକିତ୍ସାଧୀନ ଥିବା ବେଳେ ସେମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ସମସ୍ତ ଶିଶୁଙ୍କ ବୟସ ୪ରୁ ୭ ବର୍ଷ ମଧ୍ୟରେ ହେବ।



from Odisha Reporter https://ift.tt/30LrOPO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages