ଅସୁସ୍ଥ ଶ୍ରୀଜିଉଙ୍କ ପାଇଁ ପ୍ରସ୍ତୁତ ହେଲା ଦଶମୂଳ ମୋଦକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 15, 2020

ଅସୁସ୍ଥ ଶ୍ରୀଜିଉଙ୍କ ପାଇଁ ପ୍ରସ୍ତୁତ ହେଲା ଦଶମୂଳ ମୋଦକ

ପୁରୀ(ଓଡ଼ିଶା ରିପୋର୍ଟର): ବ୍ରହ୍ମାଣ୍ଡକର୍ତ୍ତା ଦାରୁବ୍ରହ୍ମଙ୍କ ଶରୀର ସଂପୂର୍ଣ୍ଣ ସୁସ୍ଥ ପାଇଁ ରାଜବୈଦଙ୍କ ଦ୍ୱାରା ଦଶମୂଳ ମୋଦକ ପ୍ରସ୍ତତ କରାଯାଇଛି ।  ଏହାକୁ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ପ୍ରଦାନ କରିଛନ୍ତି ରାଜବୈଦ୍ୟ । ଶାଳପର୍ଣ୍ଣି, ଗମ୍ଭାରୀ, ଫଣଫଣା, କୃଷ୍ଣପର୍ଣ୍ଣି, ବେଲ, ଅଗବଥ, ଗୋଖରା, ନବାଙ୍କଡି ଆଦିକୁ ଚୁର୍ଣ୍ଣ କରି ସେଥିରେ ଖୁଆ, ଘିଅ, ମହୁ, ଭାଙ୍ଗ, ନବାତରେ ଗୋଳେଇ ମୋଦକ ପ୍ରସ୍ତୁତ କରାଯାଇଛିା

ଗଜପତିଙ୍କ ନିର୍ଦ୍ଦେଶ ଅନୁସାରେ ତୁରନ୍ତ ଚତୁର୍ଦ୍ଧା ମୂର୍ତ୍ତୀଙ୍କ ଶରୀର ସୁସ୍ଥ ପାଇଁ ଦଶମୂଳ ମୋଦକ ପ୍ରସ୍ତୁତ କରାଯାଇଛି । ଅଣବସର ଗୃହରେ ଦଇତାପତି ସେବକମାନେ କରୁଛନ୍ତି ଗୁପ୍ତ ସେବା । ଦଶମୀରେ ବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୃତ ଦଶମୂଳ ମୋଦକ ଏକାଦଶୀରେ ସେବନ କରିବେ ଆଉ ସଂପୂର୍ଣ୍ଣ ସୁସ୍ଥ ହେବେ ଚତର୍ଦ୍ଧାମୂର୍ତ୍ତୀ।

ଦୁଇଦିନ ଧରି ଦଶମୀ ରହିଥିବାରୁ ଗତକାଲି ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୃତ ଦଶମୂଳମୋଦକ ଶ୍ରୀମନ୍ଦିରକୁ ଆସିଛି । ଆସନ୍ତାକାଲି ଏହା ପ୍ରଦାନ କରାଯିବ ଏବଂ ମହାପ୍ରଭୁ ସୁସ୍ଥ ହେବେ। ସେପଟେ ଆଜି ଶ୍ରୀଜିଉଙ୍କ ଚକାବିଜେ ନୀତି ସମ୍ପନ୍ନ ହେବ।



from Odisha Reporter https://ift.tt/3ftbKWQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages