ଚୌଦ୍ୱାର(ପ୍ରକାଶ କୁମାର ନାୟକ): କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ ସୁଲତାନ ନଗର ନିକଟରୁ ଦୁଇ ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ୍ ଜବତ କରାଯାଇଛି। ଏଥିରୁ ୪୦ରୁ ଊର୍ଦ୍ଧ୍ୱ ଗୋରୁ ଉଦ୍ଧାର କରାଯାଇଥିବା ବେଳେ ତିନି ଜଣଙ୍କୁ ପୁଲିସ୍ ଅଟକ ରଖିଛି।
ମିଳିଥିବା ସୂଚନା ଅନୁସାରେ, ଦୁଇଟି ପିକ୍ଅପ୍ ଭ୍ୟାନରେ ଗୋରୁ ଚଲାଣ ହେଉଥିବା ଚୌଦ୍ୱାର ପୁଲିସ୍ କୌଣସି ସୂତ୍ରରୁ ଖବର ପାଇଥିଲା। ପରେ ଗତକାଲି ବିଳମ୍ବିତ ରାତିରେ ସୁଲତାନ ନଗର ଅଞ୍ଚଳରେ ହଠାତ୍ ଚଢ଼ଉ କରି ୪୦ରୁ ଊର୍ଦ୍ଧ୍ୱ ଗୋରୁ ଉଦ୍ଧାର କରିବା ସହ ଏହି ଘଟଣାରେ ତିନି ଜଣଙ୍କୁ ଅଟକ ରଖିଛି। ଏହାସହ ଦୁଇଟି ଗାଡିକୁ ଜବତ କରିଛି।
ଗୋରୁ ଚାଲାଣ କରୁଥିବା ବ୍ୟବସାୟୀମାନେ ସାଲେପୁର, ଆଠଗଡ,ବଡମ୍ବା, ତିଗିରିଆ ଓ ଟାଙ୍ଗି ଇତ୍ୟାଦି ଅଞ୍ଚଳରୁ ଗୋରୁଙ୍କୁ ଆଣି ସୁଲତାନ ନଗର ଅଞ୍ଚଳରେ ରଖୁଛନ୍ତି। ସେଠାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଚୋରାଚାଲାଣ କରୁଛନ୍ତି ବୋଲି ପୁଲିସ୍ ପକ୍ଷରୁ ସୂଚନା ମିଳିଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।
from Odisha Reporter https://ift.tt/3fefzz9
No comments:
Post a Comment