ପୁଣି ବଢ଼ିଲା ପେଟ୍ରୋଲ୍ ଓ ଡିଜେଲ୍ ଦର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 11, 2020

ପୁଣି ବଢ଼ିଲା ପେଟ୍ରୋଲ୍ ଓ ଡିଜେଲ୍ ଦର

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦର ପୁଣି ବଢ଼ିଲା। ଆଜି ପେଟ୍ରୋଲ ଲିଟର ପିଛା ୫୭ ପଇସା ବଢ଼ିଥିବା ବେଳେ ଡିଜେଲ୍ ଲିଟର ପିଛା ୫୯ ପଇସା ବଢ଼ିଛି। ଲଗାତାର ୬ ଦିନ ହେଲା ପେଟ୍ରୋଲ୍ ଓ ଡିଜେଲ ଦର ବଢ଼ି ଚାଲିଛି। ଏହି ୬ ଦିନ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୩.୩୧ ଟଙ୍କା ବଢ଼ିଥିବା ବେଳେ ଡିଜେଲ୍ ଲିଟର ପିଛା ୩.୪୨ଟଙ୍କା ବଢ଼ିଛି।

ନୂଆ ଦର ସହିତ ଦିଲ୍ଲୀରେ ପେଟ୍ରୋଲ୍ ଦର ଲିଟର ପିଛା ୭୪.୫୭ ଟଙ୍କା ହୋଇଯାଇଛି। ସେହିଭଳି ଡିଜେଲ୍ ଦର ଲିଟର ପ୍ରତି ୭୨.୮୧ ଟଙ୍କା ହୋଇଯାଇଛି।

ସେହିଭଳି କୋଲକାତା, ମୁମ୍ବାଇ ଓ ଚେନ୍ନାଇରେ ପେଟ୍ରୋଲ୍‌ର ଲିଟର ପିଛା ଦର ଯଥାକ୍ରମେ ୭୬.୪୮ ଟଙ୍କା, ୮୧.୫୩ ଓ ୭୮.୫୪ ଟଙ୍କା ହୋଇଯାଇଛି। ସେହିପରି ଏହି ତିନୋଟି ସହରରେ ଡିଜେଲ୍‌ର ଦର ଲିଟର ପିଛା ଯଥାକ୍ରମେ ୬୮.୭୦ ଟଙ୍କା, ୭୧.୪୮ ଓ ୭୧.୨୧ ଟଙ୍କା ହୋଇଯାଇଛି।



from Odisha Reporter https://ift.tt/3cVjEH5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages