ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଉପବାସ କରିବେ ବିଜେପି ନେତା ସମ୍ବିତ ପାତ୍ର। ରଥଯାତ୍ରା ନେଇ ସେ ଓ ଅନ୍ୟ ସଂଗଠନ ସୁପ୍ରିମକୋର୍ଟରେ ଦାଏର କରିଥିବା ରିଭ୍ୟୁ ପିଟିସନ୍କୁ ଗ୍ରହଣ କରିବା ସହ ଅଦାଲତ ନିଜ ରାୟ ପରିବର୍ତ୍ତନ କରିବା ନେଇ ସମ୍ବିତ ଆଶା ରଖିଛନ୍ତି। ଏନେଇ ସେ ଉପବାସ କରିବା ସହ ପୁରୀବାସୀଙ୍କୁ ମଧ୍ୟ ଉପବାସ ରହିବାକୁ ନିବେଦନ କରିଛନ୍ତି।
ସେହିପରି କରୋନା ସଙ୍କଟ, ସୁପ୍ରିମକୋର୍ଟଙ୍କ ରାୟ, ଜନତାର ଭାବାବେଗ ଓ ଶ୍ରୀମନ୍ଦିର ପରମ୍ପରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶଙ୍କରାଚାର୍ଯ୍ୟଙ୍କ ଭଳି ଅଧିକୃତ ବ୍ୟକ୍ତି ଓ ଅନ୍ୟ ଅନୁଷ୍ଠାନ ସହ ପରାମର୍ଶ କରନ୍ତୁ। ଏହାପରେ ରଥଯାତ୍ରା ଆୟୋଜନ ପାଇଁ ପଦକ୍ଷେପ ନିଅନ୍ତୁ। ତେବେ ଆଜି ହେବାକୁ ଥିବା ଶୁଣାଣି ବେଳେ ରାଜ୍ୟ ସରକାର ନିଜ ପକ୍ଷ ରଖି ଉପଯୁକ୍ତ ନିଷ୍ପତ୍ତି ନିଅନ୍ତୁ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।
from Odisha Reporter https://ift.tt/2YUvHzj
No comments:
Post a Comment