ଚୀନରୁ ଆମଦାନୀ ହେଉଥିବା ଜିନିଷର ବିବରଣୀ ମାଗିଲା ପିଏମଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 21, 2020

ଚୀନରୁ ଆମଦାନୀ ହେଉଥିବା ଜିନିଷର ବିବରଣୀ ମାଗିଲା ପିଏମଓ

ନୂଆଦିଲ୍ଲୀ: ଚୀନରୁ ଆମଦାନୀ ହେଉଥିବା ସାମଗ୍ରୀର ତାଲିକା ମାଗିଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ। ଏଥିସହ ସରକାର ଚୀନ୍ ସହିତ ଥିବା ନୀତିକୁ କଡ଼ାକଡ଼ି କରିଛନ୍ତି। ଏମିତିକି ଚୀନରୁ ଆସୁଥିବା ଶସ୍ତା ଏବଂ ଖରାପ ଗୁଣାତ୍ମକ ଜିନିଷ ଉପରେ ଆଗାମୀ ଦିନରେ ସରକାର ରୋକ୍ ଲଗାଇ ପାରନ୍ତି। ଯେଉଁ ଶସ୍ତା ସାମଗ୍ରୀ ଚୀନରୁ ଆସୁଛି ସେହି ସାମଗ୍ରୀର ଉତ୍ପାଦନ କିଭଳି ଦେଶରେ ବୃଦ୍ଧି ହୋଇପାରିବ ସେ ନେଇ ସରକାର ଗୁରୁତ୍ୱ ଦେଉଥିବା ସୂଚନା ରହିଛି।

ଗୁଲଓ୍ୱାନ ଉପତ୍ୟକାରେ ଚୀନ୍ ସେନା ସହିତ ଭାରତୀୟ ସେନାଙ୍କ ସଂଘର୍ଷ ହେବା ପରେ ସାରା ଦେଶରେ ଚୀନ୍ ବିରୋଧୀ ନାରା ତେଜିଛି। ବିଭିନ୍ନ ଫୋରମରେ ଚୀନକୁ ବୟକଟ କରିବା ପାଇଁ ଆହ୍ୱାନ କରାଯାଉଛି। ଏହାବାଦ୍ ଲୋକମାନେ ଚୀନ ଜିନିଷକୁ ପୋଡ଼ା ଜଳା କରିବା ସହିତ ଭଙ୍ଗାରୁଜା କରୁଥିବା ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ସରକାର ଚୀନର ଅନେକ ଜିନିଷକୁ ବୟକଟ କରି ଆତ୍ମନିର୍ଭର ଭାରତ ଅଭିଯାନ ଜରିଆରେ ସେହି ଜିନିଷର ଉତ୍ପାଦନ ବୃଦ୍ଧି କରିବାକୁ ଚେଷ୍ଟା କରୁଥିବା ସୂଚନା ରହିଛି।

ନିକଟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏକ ଉଚ୍ଚ ସ୍ତରୀୟ ବୈଠକ ହୋଇଥିଲା। ଏହି ବୈଠକରେ ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ବିଷୟରେ ଆଲୋଚନା ହୋଇଥିଲା। ଏହା ପରେ ଚୀନରୁ ଆସୁଥିବା ଘଡ଼ି, ଟ୍ୟୁବ୍, କେଶରେ ବ୍ୟବହୃତ ହେଉଥିବା କ୍ରୀମ୍ ବା ଜେଲ୍, ସାମ୍ପୋ, ପେଣ୍ଟ, ମେକଅପ୍ ଏବଂ କଞ୍ଚାମାଲ ଭଳି ଉତ୍ପାଦ ବିଷୟରେ ପିଏମଓ ବିବରଣୀ ମାଗିଛି।ଏବେ କେନ୍ଦ୍ର ସରକାରଙ୍କ ଶିଳ୍ପ ବିଭାଗ ଚୀନରୁ ଆମଦାନୀ ହେଉଥିବା ଜିନିଷର ତଥ୍ୟ ପ୍ରସ୍ତୁତ କରିବ।

ଭାରତ ବିଭିନ୍ନ ଦେଶରୁ ଜିନିଷ ଆମଦାନୀ କରୁଛି। ତେବେ ମୋଟ୍ ଆମଦନୀର ୧୪ ପ୍ରତିଶତ ଭାରତ ଚୀନ ପାଖରୁ ଆମଦାନୀ କରୁଛି। ମୁଖ୍ୟତଃ ମୋବାଇଲ୍ ଫୋନ୍, ଖେଳନା, ଟେଲିକମ୍ ଭଳି କ୍ଷେତ୍ରରେ ଭାରତୀୟ ବଜାରରେ ଚୀନ୍‌ର ଅଧିକ ପ୍ରଭାବ ରହିଛି।

ଏପ୍ରିଲ-୨୦୧୯ରୁ ଫେବୃଆରୀ ୨୦୨୦ର ତଥ୍ୟ ଅନୁଯାୟୀ ଭାରତ ସରକାର ବିଭିନ୍ନ ଦେଶରୁ ମୋଟ୍ ୬୨.୪ ବିଲିଅନ ଡଲାର ଜିନିଷ ଆମଦାନୀ କରିଛନ୍ତି। ଚୀନ ପାଖରୁ ୪୭ ବିଲିଅନ୍ ଡଲାର ଆମଦାନୀ କରିଥିବା ସୂଚନା ରହିଛି। ଏହି ସମୟରେ ଭାରତ ପଡ଼ୋଶୀ ଦେଶକୁ ୧୫.୫ ବିଲିଅନ୍ ରପ୍ତାନୀ କରିଥିବା ସୂଚନା ରହିଛି।



from Odisha Reporter https://ift.tt/2BqgsGc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages