ପୁରୀ (ଓଡ଼ିଶା ରିପୋର୍ଟର): ଆଜି ରଥରେ ହେବ ଆଜ୍ଞାମାଳ ବିଜେ ନୀତି। ଗତକାଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏହି ସୂଚନା ଦିଆଯାଇଛି। ତେବେ ଆଜ୍ଞାମାଳ ଆସିବା ପରେ ରଥ ନ ଗଡ଼ିଲେ ନୀତି ବନ୍ଦ ଆଶଙ୍କା ରହିଛି। ବିଧି ଅନୁସାରେ ରଥଯାତ୍ରାର ପୂର୍ବଦିନ ଶ୍ରୀଜିଉଙ୍କ ତିନି ବାଡ଼ରୁ ତିନିଟି ଆଜ୍ଞାମାଳ ଆସି ତିନି ରଥରେ ରଖାଯାଇଥାଏ। ଏହାପରେ ସିଂହଦ୍ୱାର ସମ୍ମୁଖକୁ ରଥ ଟଣାଯାଇଥାଏ। ତେବେ ରଥଯାତ୍ରା ହେବ କି ନାହିଁ, ସେ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଥିବା ବେଳେ ତା’ ପୂର୍ବରୁ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି କହିଛି।
ତେବେ ବିନା ଭକ୍ତରେ ରଥଯାତ୍ରା କରିବା ପାଇଁ ରାଜ୍ୟ ସରକାର ନିଜ ପକ୍ଷରୁ ଉଦ୍ୟମ କରିବା ଆବଶ୍ୟକ ବୋଲି ପରିଚାଳନା କମିଟି ସଦସ୍ୟ କହିଛନ୍ତି। ଏପରିକି ଅର୍ଡିନାନ୍ସ ଆଣି ରାଜ୍ୟ ସରକାର ରଥଯାତ୍ରା କରିପାରିବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କମିଟି ସଦସ୍ୟମାନେ କହିଛନ୍ତି।
ସେହିପରି ଶାସ୍ତ୍ରୀୟ ପରମ୍ପରା ଅନୁସାରେ ଶ୍ରୀଜିଉଙ୍କ ଚଳିତ ବର୍ଷ ରଥଯାତ୍ରା ସମ୍ପର୍କିତ ନୀତିକାନ୍ତି କରିବାକୁ କହିଛି ଶ୍ରୀମନ୍ଦିର ଦଇତାପତି ନିଯୋଗ।
କୋଭିଡ୍ କଟକଣାକୁ ମାନି ନିଯୋଗ ସମସ୍ତ ନୀତି କରିବାକୁ ପ୍ରତିଶ୍ରୁତିବଦ୍ଧ। ରଥଯାତ୍ରା ପାଇଁ କୌଣସି ପରମ୍ପରା ବିରୋଧି କାର୍ଯ୍ୟରେ ନିଯୋଗର ସହମତି ରହିବ ନାହିଁ । ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଏନେଇ ବିଧିବଦ୍ଧ ଭାବେ ଦଇତାପତି ନିଯୋଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
from Odisha Reporter https://ift.tt/3fI79Ag
No comments:
Post a Comment