ଏଣିକି ୫ ଦିନ ସରକାରୀ କ୍ୱାରେଣ୍ଟାଇନରେ ରହିବାକୁ କରୋନା ରୋଗୀ ବାଧ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 19, 2020

ଏଣିକି ୫ ଦିନ ସରକାରୀ କ୍ୱାରେଣ୍ଟାଇନରେ ରହିବାକୁ କରୋନା ରୋଗୀ ବାଧ୍ୟ

ନୂଆଦିଲ୍ଲୀ: ଏଣିକି କରୋନା ସଂକ୍ରମିତ ରୋଗୀ ୫ ଦିନ ପାଇଁ ସରକାରୀ କ୍ୱାରେଣ୍ଟାଇନରେ ରହିବାକୁ ବାଧ୍ୟ। ଏହାପରେ ସେମାନେ ଚାହିଁଲେ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହୋଇପାରିବେ। କିନ୍ତୁ ୫ ଦିନ ଯାଏ ତାଙ୍କୁ କୌଣସି ପ୍ରକାରରେ ଘରେ ରହିବାକୁ ଅନୁମତି ମିଳିବ ନାହିଁ।

ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ଦିଲ୍ଲୀର ଉପରାଜ୍ୟପାଳ ଅନୀଲ ବୈଜଲ। ଗୋଟିଏ ପଟେ ବର୍ଦ୍ଧିତ ରୋଗୀଙ୍କ ସଂଖ୍ୟା ଓ ହସ୍ପିଟାଲରେ ବେଡ୍‌ ନିଅଣ୍ଟକୁ ନେଇ ଚିନ୍ତାରେ ଥିବା ଦିଲ୍ଲୀ ସରକାରଙ୍କୁ ଏଭଳି ନିର୍ଦ୍ଦେଶନାମା ଆହୁରି ଅଡ଼ୁଆରେ ପକାଇଛି। କରୋନା ସଂକ୍ରମିତ ହେଉଥିବା ଲୋକମାନେ ଘରେ ରହୁଥିବାରୁ ନିୟମକୁ ଠିକ ଭାବେ ପାଳନ କରୁନାହାନ୍ତି।

ଏଥିସହ ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ ମଧ୍ୟ ଠିକ୍‌ ଭାବେ ହୋଇପାରୁନାହିଁ। ଫଳରେ ଦିଲ୍ଲୀରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ତେଣୁ ଉପରାଜ୍ୟପାଳ ବୈଜଲ ୫ ଦିନ ସରକାରୀ କ୍ୱାରେଣ୍ଟାଇନ ନିୟମକୁ ବାଧ୍ୟତା ମୂଳକ କରିଛନ୍ତି। ଏହାବାଦ ପ୍ରଶାସନ ଅଧିକାରୀଙ୍କୁ ସେଲଫ କ୍ୱାରେଣ୍ଟାଇନରେ ଥିବା ଲୋକଙ୍କ ଫିଜିକାଲ ସର୍ଭେଲାନ୍ସ ଜୋରଦାର କରିବାକୁ କହିଛନ୍ତି।

ଅନୀଲ ବୈଜଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଦିଲ୍ଲୀର ବରିଷ୍ଠ ଅଧିକାରୀଙ୍କୁ ଲେଖିଥିବା ଚିଠିରେ କହିଛନ୍ତି ଯେ “ଦିଲ୍ଲୀ କରୋନା ସ୍ଥିତିକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିୟମିତ ଭାବେ ସମୀକ୍ଷା କରୁଛି। ସମୀକ୍ଷା ବେଳେ ଜଣାପଡ଼ିଛି ଯେ ହୋମ ଆଇସୋଲେସନରେ ରହୁଥିବା ଲୋକଙ୍କ ଫିଜିକାଲ କଣ୍ଟାକ୍ଟ ଟ୍ରେସିଂ ହୋଇ ପାରୁ ନଥିବାରୁ ଏଠାରେ ସଂକ୍ରମଣ ବଢ଼ିବାରେ ଲାଗିଛି।

ତେଣୁ ହୋମ ଆଇସୋଲେସନରେ ରହୁଥିବା ଲୋକଙ୍କ କଣ୍ଟାକ୍ଟ ଟ୍ରେସିଂ ପାଇଁ ଜିଲ୍ଲା ସର୍ଭେଲାନ୍ସ ଅଫିସରଙ୍କ ଟିମ୍‌ ଅଧିକ ଗୁରୁତ୍ୱ ଦେବା ବାଧ୍ୟତାମୂଳକ। ସେହିପରି ହୋମ କ୍ୱାରେଣ୍ଟାଇନରେ ଥିବା ବେଳେ କରୋନାରେ ସଂକ୍ରମିତ ହେଉଥିବା ଲୋକମାନେ ସରକାରୀ କ୍ୱାରେଣ୍ଟାଇନରେ ଅତି କମରେ ୫ ଦିନ ରହିବା ବାଧ୍ୟତାମୂଳକ କରାଯାଉଛି। ଏହାପରେ ସେମାନଙ୍କୁ ହୋମ ଆଇସୋଲେସନରେ ପଠାଯିବ ବୋଲି କହିଛନ୍ତି।

ଅନ୍ୟପକ୍ଷରେ ଦିଲ୍ଲୀ ସରକାର ଏପରି ନିର୍ଦ୍ଦେଶନାମା ଦ୍ୱାରା ବେଡ୍‌ ନିଅଣ୍ଟ ହେବାର ଆଶଙ୍କା କରିଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ କେନ୍ଦ୍ର ସରକାର ହୋମ ଆଇସୋଲେସନ ବ୍ୟବସ୍ଥା ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିବାରୁ ଏହା ଲୋକଙ୍କ ଚିନ୍ତାର କାରଣ ପାଲଟିବ। ଲୋକମାନେ ଅଧିକ ଟେଷ୍ଟିଂ କରିବାକୁ କୁଣ୍ଠାବୋଧ ପ୍ରକାଶ କରିପାରନ୍ତି। ଏହାଦ୍ୱାରା ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି।

ଯେଉଁମାନଙ୍କର ଲକ୍ଷଣ ନଥିଲା ବା ଖୁବ କମ ଲକ୍ଷଣ ଥିଲା ସେମାନେ ନିଜ ଆଡ଼ୁ ଟେଷ୍ଟିଂ କରି ହୋମ କ୍ୱାରେଣ୍ଟାଇନରେ ରହୁଥିଲେ। ହେଲେ ଏବେ ସେମାନେ ଟେଷ୍ଟିଂ କରିବାକୁ ଆଗ୍ରହ ପ୍ରକାଶ କରି ନପାରନ୍ତି। ସେହିପରି କ୍ୱାରେଣ୍ଟାଇନ ବାଧ୍ୟତାମୂଳକ କରାଯାଇଥିବାରୁ ଡାକ୍ତର, ନର୍ସ ଓ ବେଡର ଅଭାବ ଦେଖାଦେଇପାରେ।

ବର୍ତ୍ତମାନ ୮,୪୦୦ ଜଣ କରୋନା ରୋଗୀ ହୋମ ଆଇସୋଲେସନରେ ରହିଛନ୍ତି। ସେମାନଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରକୁ ଆଣିଲେ, ନିଶ୍ଚିତ ଭାବେ ଅଧିକ ସ୍ଥାନ ଓ ବ୍ୟବସ୍ଥା ଆବଶ୍ୟକ ହେବ।



from Odisha Reporter https://ift.tt/2zQXicc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages