ବନବାସରେ ପ୍ରବାସୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 6, 2020

ବନବାସରେ ପ୍ରବାସୀ

ବିନିକା (ଦିଲୀପ  ସାହୁ): ଲୋକେ ଗାଁରେ ଭର୍ତ୍ତି କରାଇ ଦେଉ ନଥିବାରୁ ଜଙ୍ଗଲରେ ରହୁଛନ୍ତି ବେଙ୍ଗାଲୁରୁରୁ ଫେରିଥିବା ଜଣେ ପ୍ରବାସୀ ଓଡ଼ିଆ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଝାର କଦଳୀପାଲି ଗାଁରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ। ଏହି ଯୁବକଙ୍କ ନାଁ ଜୀବର୍ଦ୍ଧନ ବରିହା (୨୬)।

ଜୀବର୍ଦ୍ଧନ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ପରିବାର ପ୍ରତିପୋଷଣ କରିବା ପାଇଁ ବେଙ୍ଗାଲୁରୁକୁ ଦାଦନ ଖଟିବାକୁ ଯାଇଥିଲେ। ହେଲେ କରୋନା ଯୋଗୁ କାମ ନମିଳିବାରୁ ସେ ତାଙ୍କ ଗାଁକୁ ପଳାଇ ଆସିଥିଲେ। ଏହାପରେ ସେ ନିୟମ ଅନୁଯାୟୀ ମେ’ ୨୫ ତାରିଖରୁ ୭ ଦିନ ପାଇଁ ବିନିକା ବ୍ଲକ ସିଂଘିଯୁବା ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ। ଏହା ପରେ ଜୁନ୍‌ ୧ ତାରିଖରୁ ଆଉ ୭ ଦିନ ହୋମ୍ କ୍ୱାରେଣ୍ଟାଇନ୍‌ରେ ରହିବା ପାଇଁ ଗାଁକୁ ଆସିଥଲେ। ହେଲେ ଲୋକେ ସରକାରୀ ନିୟମକୁ ବେଖାତିର କରି ତାଙ୍କୁ ଗାଁ ଭିତରକୁ ପୂରାଇ ଦେଇ ନଥିଲେ।

ଅନ୍ୟ କୌଣସି ଉପାୟ ନ ପାଇ ସେ ଗାଁ ପାଖ ଜଙ୍ଗଲରେ ୬ ଦିନ ହେଲା ରହୁଛନ୍ତି। ଏକ ଭଙ୍ଗା ଦଦରା କୁଡ଼ିଆ ଘରେ ଏକା ରହୁଛନ୍ତି।  ପରିବାର ଲୋକେ ତିନି କିଲୋମିଟର ଚାଲିଚାଲି ମୁଠେ ଖାଇବାକୁ ଆଣି ଦେଲେ ସେ ଖାଉଛନ୍ତି। ନ ହେଲେ ଭୋକ ଉପାସରେ ରହୁଛନ୍ତି।

ଏନେଇ ଜୀବର୍ଦ୍ଧନ ବରିହା କହିଛନ୍ତି, “୭ ଦିନ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବାକୁ ଆସିଥିଲି। ହେଲେ ଲୋକେ ଗାଁରେ ପଶାଇ ଦେଲେ ନାହିଁ। ବାହାରେ ରହିବାକୁ କହିଲେ। ମୁଁ ଏବେ ଜଙ୍ଗଲ ଭିତରେ ରହୁଛି। ତେଣୁ ଦୁଃଖ ଲାଗୁଛି।  ବନବାସ ଜୀବନ କାଟିଲା ଭଳି ଲାଗୁଛି।”



from Odisha Reporter https://ift.tt/3cHo6sA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages