୧୨ ଅଗ୍ନିଶମ କର୍ମଚାରୀଙ୍କୁ କରୋନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 8, 2020

୧୨ ଅଗ୍ନିଶମ କର୍ମଚାରୀଙ୍କୁ କରୋନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅମ୍ଫାନ ବାତ୍ୟା ଯୋଗୁ ପଶ୍ଚିମବଙ୍ଗ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେଠାକୁ ପୁନରୁଦ୍ଧାର ପାଇଁ ଯାଇଥିବା ୧୨ ଅଗ୍ନିଶମ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।  ଅଗ୍ନିଶମ କର୍ମଚାରୀଙ୍କୁ କରୋନା ସଂକ୍ରମଣ ନେଇ ଟ୍ୱିଟ୍ ଯୋଗେ ଅଗ୍ନିଶମ ଡିଜି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ବାତ୍ୟା ଅମ୍ଫାନର ମୁକାବିଲା ପାଇଁ  କୋଲକତା ଯାଇଥିବା NDRFର୧୬୭  ଯବାନଙ୍କ ମଧ୍ୟରୁ ୫୦ ଜଣଙ୍କ ନମୁନା  ପଜିଟିଭ ଆସିଛି।  ଉଦ୍ଧାର କାର୍ଯ୍ୟ ପରେ ସେମାନେ ଓଡ଼ିଶା ଫେରିବା ପରେ କ୍ୱାରେଣ୍ଟାଇନ୍‌ରେ ରହିଥିଲେ। ଏହି ସମୟ ଭିତରେ ଜଣେ ଯବାନଙ୍କ ରକ୍ତ ଓ ସ୍ୱାବ୍‌ ଟେଷ୍ଟ ପାଇଁ ପଠା ଯାଇଥିଲା। ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ପରେ ଅନ୍ୟ ସମସ୍ତଙ୍କ ରକ୍ତ ଓ ସ୍ୱାବ୍‌ ଟେଷ୍ଟ କରାଯାଇଥିଲା। ଏବେ ୪୯ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି।



from Odisha Reporter https://ift.tt/3f43Vqp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages