ଜୁନ୍ ୧୬, ମଙ୍ଗଳବାର: କଠିନ ପରିଶ୍ରମର ଫଳ ମିଳିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 15, 2020

ଜୁନ୍ ୧୬, ମଙ୍ଗଳବାର: କଠିନ ପରିଶ୍ରମର ଫଳ ମିଳିବ

ମେଷ: ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବ। କୌଣସି ବିବାଦୀୟ ଘଟଣାର ସମାଧାନ ପ୍ରକ୍ରିୟାରେ ସାମିଲ ହୋଇପାରନ୍ତି। ଗାଡ଼ି ଚଲାଇବା ବେଳେ ସତର୍କ ରୁହନ୍ତୁ। କୌଣସି ଲାଲ୍ ପଦାର୍ଥ ସାନ ଭାଇକୁ ଉପହାର ସ୍ୱରୂପ ଦିଅନ୍ତୁ।

ବୃଷ: କର୍ମକ୍ଷେତ୍ରରେ ଅପମାନିତ ହୋଇପାରନ୍ତି। ଗୃହରେ ଅଶାନ୍ତି ଲାଗି ରହିବ। ଦେଖିଚାହିଁ ଖର୍ଚ୍ଚ କରନ୍ତୁ।

ମିଥୁନ: ଦିନଟି ଶୁଭ ଫଳ ଦେବ। ବ୍ୟବସାୟରେ ଲାଭବାନ ହେବେ। ଯାତ୍ରା ସଫଳ ହେବ। ବନ୍ଧୁଙ୍କଠାରୁ ଶୁଭ ସମାଚାର ମିଳିବ।

କର୍କଟ: ନୂତନ କର୍ମ ସଂସ୍ଥା ପାଇଁ ଯୋଜନା କରିପାରନ୍ତି। କର୍ମକ୍ଷେତ୍ରରେ ଆତ୍ମସନ୍ତୋଷ ଲାଭ କରିବେ। ବିଚାର କ୍ଷେତ୍ରରେ ନ୍ୟାୟ ପାଇବେ।

ସିଂହ: ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ। ପୁରୁଣା କଥାକୁ ମନେପକାଇ ଦୁଃଖିତ ହେବେ। ଠିକ୍ ସମୟରେ କାମ କଲେ ସଫଳ ହେବେ।

କନ୍ୟା: ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ଠକାମୀରେ ପଡ଼ିପାରନ୍ତି। ଆର୍ଥିକ ଅନାଟନ ଦେଖାଯିବ।

ତୁଳା: ପତିପତ୍ନୀଙ୍କ ସମ୍ବନ୍ଧ ଭଲ ରହିବ। ବ୍ୟବସାୟରେ ଭଲ ଲାଭ ମିଳିବ। ଧନସଂପଦ ସହିତ ମାନସମ୍ମାନ ବୃଦ୍ଧି ହେବ।

ବିଛା: କଠିନ ପରିଶ୍ରମର ଫଳ ମିଳିବ। ମହିଳାମାନଙ୍କ ମନ ଅଶାନ୍ତ ରହିବ। ପୁରୁଣା ରୋଗର ନିରାକରଣ ହେବ।

ଧନୁ: ସନ୍ତାନମାନଙ୍କୁ ନେଇ ଦୁଶ୍ଚିନ୍ତା ବଢ଼ିବ। କଳାକାରମାନଙ୍କ ସମସ୍ୟାର ସମାଧାନ ହେବ। ବହୁ ଦିନରୁ ହୋଇପାରୁ ନଥିବା କାମ ସଂପୂର୍ଣ୍ଣ ହୋଇପାରେ।

ମକର: ପାରିବାରିକ ଅଶାନ୍ତି ଦୁଃଖର କାରଣ ହେବ। ଗାଡ଼ି ଚଲାଇବା ବେଳେ ସତର୍କ ରୁହନ୍ତୁ। କୃଷି ଜାତୀୟ ବ୍ୟବସାୟରେ ଲାଭବାନ ହେବେ।

କୁମ୍ଭ: ସାଙ୍ଗସାଥୀଙ୍କ ସହ ମଧୁର ସମ୍ପର୍କ ଗଢ଼ି ଉଠିବ। କର୍ମକ୍ଷେତ୍ରରେ ଉତ୍ସାହ ବଢ଼ିବ। ହନୁମାନ ଚାଳିଶା ପାଠ କରନ୍ତୁ। ମନକୁ ଶାନ୍ତି ମିଳିବ।

ମୀନ: ଆକସ୍ମିକ ଧନକ୍ଷୟ ହୋଇପାରେ। ଦେଖିଚାହିଁ କଥାବାର୍ତ୍ତା କରନ୍ତୁ। ଗୃହ ପାଇଁ କିଛି ନୂଆ ଜିନିଷ କିଣି ପାରନ୍ତି।



from Odisha Reporter https://ift.tt/2zFE3SU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages