ନାଳ ପାଣିକୁ କେନ୍ଦ୍ର କରି ଆକ୍ରମଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 25, 2020

ନାଳ ପାଣିକୁ କେନ୍ଦ୍ର କରି ଆକ୍ରମଣ

କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ): ନାଳ ପାଣିକୁ କେନ୍ଦ୍ର କରି ହୋଇଛି ରକ୍ତାକ୍ତ ସଂଘର୍ଷ। ଏପରିକି ଜଣେ ଯୁବକଙ୍କ କଟୁରୀ ଚୋଟରେ ପଡ଼ୋଶୀ ଘରର ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ଜଣାଯାଇଛି। ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ଦୁଇ ନମ୍ବର ୱାର୍ଡରେ ଘଟିଛି ଏପରି ଅଭାବନୀୟ ଘଟଣା। ଗୁରୁତରଜଣକ ହେଲେ କଣ୍ଟାବାଞ୍ଜି ସହର ଚିଙ୍ଗୁଡ଼ିପଡାର ଦିଲୀପ ରଣା ।

ଦିଲୀପଙ୍କ ପୁତୁରା ଡୋଳାମଣିଙ୍କ କହିବା ଅନୁସାରେ,  ଦୁଇ ଦିନ ହେବ କଣ୍ଟାବାଞ୍ଜି ସହରରେ ପ୍ରବଳ ବର୍ଷା ହେଉଥିବାରୁ  ନାଳ ପାଣି  ପଡୋଶୀ  ସୋନୁ ନାଏକଙ୍କ ଘରେ ପଶି ଯାଇଥିଲା । ଏହାକୁ କେନ୍ଦ୍ର କରି ଗତକାଲି ରାତିରେ ଉଭୟ ଦିଲୀପ ଓ ପଡୋଶୀ ସୋନୁ ନାଏକଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ସୋନୁ  ଏକ କଟୁରୀରେ ଦିଲୀପଙ୍କୁ ଆକ୍ରମଣ କରିଥିଲା।    ଗୁରୁତର ଅବସ୍ଥାରେ ତାଙ୍କୁ  ପ୍ରଥମେ କଣ୍ଟାବାଞ୍ଜି ଓ ସେଠାରୁ  ବଲାଙ୍ଗୀର ହସ୍ପିଟାଲକୁ  ସ୍ଥାନାନ୍ତର କରାଯାଇଛି। ପୁଲିସ୍‌ ସୋନୁଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି ।

The post ନାଳ ପାଣିକୁ କେନ୍ଦ୍ର କରି ଆକ୍ରମଣ appeared first on Odisha Reporter.



from Odisha Reporter https://ift.tt/2Nuxx4L

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages