ଭୋପାଲ: ମାଲେଗାଓଁ ବିସ୍ଫୋରଣ ଘଟଣାରେ ଜାମିନ ପାଇଥିବା ତଥା ବିଜେପି ସାଂସଦ ପ୍ରଜ୍ଞା ଠାକୁର ପାର୍ଟି ଅଫିସରେ ହଠାତ୍ ଅଚେତ ହୋଇପଡ଼ିଛନ୍ତି। ଦଳର ପକ୍ଷରୁ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଭୋପାଲ ପାର୍ଟି ଅଫିସରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
ଏଥିରେ ପ୍ରଜ୍ଞା ଠାକୁର ବି ଯୋଗଦେଇଥିଲେ। ହେଲେ ସେ ହଠାତ୍ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ତେବେ ତାଙ୍କୁ ତୁରନ୍ତ ଚେୟାରରେ ଦଳୀୟ କର୍ମୀମାନେ ବସାଇଥିଲେ। ଏହାପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା।
ଶ୍ୟାମା ପ୍ରସାଦ ମୁଖାର୍ଜୀ(୧୯୦୧-୧୯୫୩) ଭାରତୀୟ ଜନସଂଘ ପ୍ରତିଷ୍ଠା କରିଥିଲେ। ଏହା ପରବର୍ତ୍ତୀ ଅବସ୍ଥାରେ ବିଜେପିରେ ପରିବର୍ତ୍ତନ ହୋଇଛନ୍ତି। ଆଜି ଶ୍ୟାମା ପ୍ରସାଦଙ୍କ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ବହୁ ବରିଷ୍ଠ ବିଜେପି ନେତା ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
The post ପାର୍ଟି ଅଫିସରେ ହଠାତ୍ ଅଚେତ ହୋଇଗଲେ ପ୍ରଜ୍ଞା ଠାକୁର appeared first on Odisha Reporter.
from Odisha Reporter https://ift.tt/313C3z4
No comments:
Post a Comment