ଜାମିଆ ଛାତ୍ରୀ ସଫୋରାଙ୍କୁ ଜାମିନ, ଗର୍ଭବତୀ ଥିବାରୁ କୋର୍ଟ ଦେଲେ ଏମିତି ନିର୍ଦ୍ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 23, 2020

ଜାମିଆ ଛାତ୍ରୀ ସଫୋରାଙ୍କୁ ଜାମିନ, ଗର୍ଭବତୀ ଥିବାରୁ କୋର୍ଟ ଦେଲେ ଏମିତି ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆଣ୍ଟି ଟେରର ଲ’ ଦ୍ୱାରା ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟର ଛାତ୍ରୀ ସଫୋରା ଜରଗାରଙ୍କୁ ଆଜି ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ସେ ଗଭର୍ବତୀ ଥିବାରୁ ପୁଲିସ୍‌ ମଧ୍ୟ ତାଙ୍କ ଜାମିନକୁ ମାନବିକତା ଦୃଷ୍ଟି କୋଣରୁ ବିରୋଧ କରି ନଥିଲା।

ସଫୋରା ଜରଗାରଙ୍କୁ ପୁଲିସ୍‌ ଅନଲଫୁଲ ଆକ୍ଟିଭିଟି ପ୍ରିଭେନସନ ଆକ୍ଟ ଜରିଆରେ ଏପ୍ରିଲ ୧୦ରେ ଗିରଫ କରିଥିଲା। ଫେବୃଆରୀ ମାସରେ ଦିଲ୍ଲୀରେ ସଂଗଠିତ ଦଙ୍ଗା ଘଟଣାରେ ସେ ସାମିଲ ଥିବା ପୁଲିସ୍‌ କହିଥିଲା। ତାଙ୍କୁ ସେତେବେଳେ ଜାମିନ ମିଳିଥିଲା। କିନ୍ତୁ ତାଙ୍କୁ ଜେଲରେ ରଖିବା ପାଇଁ ପୁଲିସ୍‌ ତାଙ୍କ ନାଁରେ ଆହୁରି ସଙ୍ଗୀନ ଦଫା ଲଗାଇ ପୁଣି ଗିରଫ କରିଥିଲା।

ଆଜି ହାଇକୋର୍ଟ ସଫୋରାଙ୍କୁ ଜାମିନ ଦେଇଥିଲେ ହେଁ କେତେକ ସର୍ତ୍ତ ରଖିଛନ୍ତି। ଜାମିନରେ ଥିବା ବେଳେ ସଫୋରା ଏମିତି କିଛି କାର୍ଯ୍ୟକଳାପ କରିବେ ନାହିଁ ଯାହାଦ୍ୱାରା ତଦନ୍ତ ପ୍ରଭାବିତ ହେବ। ସେହିପରି ସେ ବିନା ଅନୁମତିରେ ଦିଲ୍ଲୀ ଛାଡ଼ି ପାରିବେ ନାହିଁ।

ପ୍ରତି ୧୫ ଦିନରେ ସେ ତଦନ୍ତକାରୀ ଅଧିକାରୀଙ୍କୁ ଫୋନ କରି ଯୋଗାଯୋଗରେ ରହିବେ। କୋର୍ଟ ୧୦ ହଜାର ଟଙ୍କାର ବଣ୍ଡ ବଳରେ ସଫୋରାଙ୍କୁ ଜାମିନ ଦେଇଛନ୍ତି। ୨୩ ସପ୍ତାହର ଗର୍ଭ ଧାରଣା କରିଥିବା ସଫୋରା ଜାମିଆରେ ଏମଫିଲ କରୁଛନ୍ତି।

The post ଜାମିଆ ଛାତ୍ରୀ ସଫୋରାଙ୍କୁ ଜାମିନ, ଗର୍ଭବତୀ ଥିବାରୁ କୋର୍ଟ ଦେଲେ ଏମିତି ନିର୍ଦ୍ଦେଶ appeared first on Odisha Reporter.



from Odisha Reporter https://ift.tt/2Z4uOo1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages