ପୁରୀ(ଓଡ଼ିଶା ରିପୋର୍ଟର): ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଖେଇ ଆସୁଥିବା ବେଳେ ଚଳିତ ବର୍ଷ ଏହାର ଆୟୋଜନ ନେଇ ଅନିଶ୍ଚିତତା ଲାଗି ରହିଛି। କରୋନା ମହାମାରୀ ଦିନକୁ ଦିନ ସାଂଘାତିକ ରୂପ ଧାରଣ କରି କାୟା ବିସ୍ତାର କରି ଚାଲିଥିବା ବେଳେ ଏଯାଏ ସରକାର ରଥ ଯାତ୍ରା ସମ୍ପର୍କରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରି ନାହାନ୍ତି। ଏପରି ସ୍ଥିତିରେ ଶ୍ରଦ୍ଧାଳୁମାନେ ଆଶା ଆଶଙ୍କାରେ ଥିବା ବେଳେ ରଥଯାତ୍ରା ନିଷ୍ପତ୍ତିରେ ବିଳମ୍ବକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ।
ରଥଯାତ୍ରା ସମ୍ପର୍କୀତ ମାମଲାକୁ ପ୍ରାୟୋଜିତ ବୋଲି କହିବା ସହ ଏହା ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରୁଥିବା କହିଛନ୍ତି ଏହି ବରିଷ୍ଠ ବିଜେପି ନେତା । ସ୍ନାନ ଯାତ୍ରା ପରଠୁ ସମସ୍ତ ନୀତିକାନ୍ତି ପାଳନ ହେଉଛି, କିନ୍ତୁ ସରକାର ସ୍ପଷ୍ଟ ଭାବେ କିଛି ଘୋଷଣା କରୁ ନ ଥିବାରୁ ରାଜ୍ୟବାସୀ ଦ୍ୱନ୍ଦ୍ୱରେ ଥିବା କହିଛନ୍ତି ବିଜୟ।
ଏହି ମାମଲାର ଶୁଣାଣି ଆସନ୍ତା କାଲି ସୁପ୍ରିମ କୋର୍ଟରେ ହେବାର ଅଛି। ସୁପ୍ରିମ୍ କୋର୍ଟରେ ରଥ ଯାତ୍ରା ସମ୍ପର୍କୀତ ୩ଟି ମାମଲା ରହିଛି। ସେଥି ମଧ୍ୟରୁ ୨ଟି ମାମଲା ରଥ ଯାତ୍ରା ବନ୍ଦ କରିବାକୁ ଓ ଗୋଟିଏ ମାମଲା ରଥ ଯାତ୍ରା କରିବା ପାଇଁ ଉଦ୍ଦିଷ୍ଟ ବୋଲି ଜଣାଯାଇଛି । ପ୍ରାୟୋଜିତ ଭାବେ ପିଟିଶନ କରି ଏହାକୁ ବନ୍ଦ କରିବାକୁ ରାଜ୍ୟ ସରକାର ଚକ୍ରାନ୍ତ କରିଥାଇ ପାରନ୍ତି । ତେଣୁ ଆସନ୍ତାକାଲି ରାଜ୍ୟ ସରକାର କେଉଁ ପକ୍ଷରେ ଛିଡ଼ା ହେଉଛନ୍ତି, ତାକୁ ସମସ୍ତଙ୍କ ଅପେକ୍ଷା ବୋଲି କହିଛନ୍ତି ବିଜୟ
ଅପରପକ୍ଷେ ଏ ସଂକ୍ରାନ୍ତରେ ମନ୍ଦିର ପ୍ରଶାସନ ସରକାରଙ୍କୁ ୨ ଥର ଚିଠି ଲେଖିଥିଲେ ମଧ୍ୟ କିଛି ଉତ୍ତର ମିଳିନି। ଫଳରେ ଖୋଦ ବିଜୟ ମହାପାତ୍ର ଆଜି ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
। ସେହିଭଳି ରଥଯାତ୍ରା ହେବକି ନାହିଁ ସୁପ୍ରିମକୋର୍ଟରେ ମାମଲା ବିଚାରଧୀନ ଥିବାରୁ କୋର୍ଟଙ୍କ ନିର୍ଦ୍ଦେଶ ପରେ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହେବ ବୋଲି କହିଛନ୍ତି କଂଗ୍ରେସ ନେତା ଧରଣୀଧର ନାୟକ। ସେପଟେ ମହାପ୍ରଭୁଙ୍କ ଯାତ୍ରାକୁ ନେଇ ବିବାଦ କରିବା ଉଚିତ ନୁହେଁ ବୋଲି କହି ଜବାବ ରଖିଛନ୍ତି ବିଜେଡି ନେତା ଅମର ଶତପଥୀ।
from Odisha Reporter https://ift.tt/3dalvHO
No comments:
Post a Comment