ପୁରୀ (ଓଡ଼ିଶା ରିପୋର୍ଟର): ଆଜି ପବିତ୍ର ବାହୁଡ଼ା ଯାତ୍ରା। ଜନ୍ମବେଦୀ ଛାଡ଼ି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ମହାପ୍ରଭୁ। ଶ୍ରୀଜିଉମାନଙ୍କୁ ନେଇ ଜନ୍ମବେଦୀ ଅଭିମୁଖେ ଯାତ୍ରା କରିବାକୁ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ଅପେକ୍ଷା କରିଛନ୍ତି ତିନି ରଥ। ଗୁଣ୍ଡିଚା ଯାତ୍ରା ଭଳି ବାହୁଡ଼ା ଯାତ୍ରା ବି ବିନା ଭକ୍ତରେ ହେବ। ଏଥିପାଇଁ ଭୋର ୪ଟାରୁ ଆରମ୍ଭ ହୋଇଯାଇଛି ନୀତିକାନ୍ତି। ମଙ୍ଗଳ ଆଳତି, ମଇଲମ, ତଡ଼ପ ଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା ଓ ସକାଳ ଧୂପ ଆଦି ନୀତିକାନ୍ତି ଶେଷ ହୋଇଯାଇଥିବା ବେଳେ ସକାଳ ୮ଟାରୁ ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ ହେବ। ଏହା ପରେ ସାଢ଼େ ୧୦ଟାରୁ ସାଢ଼େ ୧୧ଟା ଭିତରେ ଛେରା ପହଁରା ସଂପନ୍ନ ହେବ। ମଧ୍ୟାହ୍ନ ୧୨ଟାରୁ ରଥଟଣା ଆରମ୍ଭ ହେବ। କେବଳ ଯେଉଁ ସେବାୟତମାନଙ୍କର କୋଭିଡ୍ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିବ, ସେହିମାନେ ରଥ ଟାଣିପାରିବେ। ସୁରକ୍ଷା ଦୃଷ୍ଟିରୁ ପୁରୀରେ ୭୦ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ହୋଇଛନ୍ତି।
The post ଆଜି ବାହୁଡ଼ା, ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବେ ଶ୍ରୀଜିଉ appeared first on Odisha Reporter.
from Odisha Reporter https://ift.tt/3iloUYb
No comments:
Post a Comment