ନୂଆଦିଲ୍ଲୀ: ଗୋଟିଏ ଦିନ ମଧ୍ୟରେ ଠିକ୍ ହୋଇଯାଇଛି ଆରୋଗ୍ୟ ସେତୁ ଆପ୍। ବୈଷୟିକ ତ୍ରୁଟି ପାଇଁ ମଙ୍ଗଳବାର ବିଳମ୍ବିତ ରାତିରେ ଆରୋଗ୍ୟ ସେତୁ ଆପ ପରିଚାଳନାରେ ଅସୁବିଧା ହୋଇଥିଲା। ଏହି ଆପ ଇନଷ୍ଟଲ କରିଥିବା ୟୁଜର ମାନେ ଆପକୁ ଲଗ୍ ଇନ୍ କରିବା ବେଳେ ତ୍ରୁଟି ଦେଖାଉଥିଲା।
The tech teams ensured that Setu is back to doing what it does the best – Keeping You Safe!!
And yes, all user data is safe!!
मैं सुरक्षित | हम सुरक्षित | भारत सुरक्षित
— Aarogya Setu (@SetuAarogya) June 30, 2020
ଆରୋଗ୍ୟ ସେତୁର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟ ମଧ୍ୟ ଡାଉନ୍ ହୋଇଥିଲା ବୋଲି ଜଣାପଡ଼ିଛି। ତେବେ ବୁଧବାର ରାତି ପ୍ରାୟ ୧୨ଟା ପରେ ଏହି ତ୍ରୁଟିର ସମାଧାନ ହୋଇଥିଲା।
Setu is back!!#SetuMeraBodyguard#IndiaFightsCorona
— Aarogya Setu (@SetuAarogya) June 30, 2020
ସୂଚନାଯୋଗ୍ୟ, କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଡିଜିଟାଲ ମାଧ୍ୟମରେ ସରକାରଙ୍କ ଏକ ପଦକ୍ଷେପ ଏହି ଆରୋଗ୍ୟ ସେତୁ ଆପ୍। ଏପ୍ରିଲ ୨ରେ ଏହି ଆପ୍ସର ଶୁଭାରମ୍ଭ ହୋଇଥିଲା। ଏହି ଆପ୍ସ ଜରିଆରେ କରୋନା ବାବଦରେ ସତର୍କ ସୂଚନା ସହିତ ସମସ୍ତ ପ୍ରକାର ସୂଚନା ମିଳିଥାଏ। ଏମିତିକି କରୋନା ସଂକ୍ରମିତ ଅଞ୍ଚଳକୁ ଯିବା ମାତ୍ରେ ଏହା ଆଗୁଆ ସୂଚନା ଦେଇଥାଏ। ୨ ମାସ ମଧ୍ୟରେ, ଏହି ଆପର ଡାଉନଲୋଡ୍ ସଂଖ୍ୟା ୧୨ କୋଟି ଟପିଛି।
The post ଠିକ୍ ହେଲା ଆରୋଗ୍ୟ ସେତୁ ଆପ୍ appeared first on Odisha Reporter.
from Odisha Reporter https://ift.tt/2NLwVI4
No comments:
Post a Comment