ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ଯୋଗୁ ଜୁଲାଇ ୩୧ ପର୍ଯ୍ୟନ୍ତ ସ୍କୁଲ, କଲେଜ ବନ୍ଦ ରହିଛି। ହେଲେ ଏଥିଯୋଗୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବ୍ୟାହତ ହେଉଥିବାରୁ ଏହାକୁ ଦୂର କରିବାକୁ ଯଥାସମ୍ଭବ ଚେଷ୍ଟା କରୁଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ଏଣିକି ଅନଲାଇନ୍ରେ ପିଲା ବିଭିନ୍ନ ଟପିକ୍ କୋର୍ସ ଆଧାରରେ ପଢ଼ିବେ । ପିଲାମାନେ କିପରି ଅଧିକରୁ ଅଧିକ ସୁବିଧା ପାଇପାରିବେ ସେ ସମ୍ପର୍କରେ ଗଠିତ ହୋଇଥିବା ଏକ କମିଟି ତର୍ଜମା ଚଲାଇଥିବା କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ।
ଜୁଲାଇ ମାସରେ ମଧ୍ୟ କରୋନାର ପ୍ରକୋପ ବଢ଼ିବା ଆଶଙ୍କା ରହିଛି। ତେଣୁ ୩୧ ତାରିଖ ପରେ ଆଲୋଚନା କରାଯାଇ ସ୍କୁଲ ଖୋଲିବା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ। ଅପରପକ୍ଷେ , ଯୁକ୍ତ ୨ର ବହୁ ପରୀକ୍ଷା ବାକି ଥିବା ବେଳେ ଏଯାଏ କିଛି ନିଷ୍ପତ୍ତି ହୋଇପାରୁନି।
ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି, ରାଜ୍ୟରେ ୬୦ ଲକ୍ଷ ପିଲାଙ୍କ ମଧ୍ୟରୁ ୨୨ ଲକ୍ଷ ଅନ୍ଲାଇନକୁ ଆସିଛନ୍ତି। ଅବଶିଷ୍ଟ ପିଲାଙ୍କୁ କିପରି ଏହି ସୁବିଧା ଯୋଗାଇ ହେବ ସେ ସମ୍ପର୍କରେ ଆଲୋଚନା ଚାଲିଛି। ଏହି ସମସ୍ୟାର ସମାଧାନ ନିମନ୍ତେ ଏକ ଏକ୍ସପର୍ଟ କମିଟି ଗଠିତ ହୋଇଛି। ୧୦ ଦିନ ମଧ୍ୟରେ କମିଟି ରିପୋର୍ଟ ଦେବ।
ସବୁ ପିଲାଙ୍କୁ ପୂର୍ବରୁ ବହି ଓ ଆବଶ୍ୟକ ଉପକରଣ ଯୋଗାଇ ଦିଆଯାଇଛି। ହେଲେ ସବୁ ପିଲା ଅନଲାଇନ୍ରେ ପାଠ ପଢ଼ିବାର ସୁଯୋଗ ପାଇପାରୁ ନାହାନ୍ତି। କମିଟିରେ ଥିବା ଉଚ୍ଚସ୍ତରୀୟ ପଦାଧିକାରୀ ଏହାର ତର୍ଜନା କରି ପିଲାମାନେ କିପରି ଅଧିକରୁ ଅଧିକ ସୁବିଧା କରିପାରିବ ସେ ସମ୍ପର୍କରେ ନିଜ ମତ ରଖିବେ।
ଅପରପକ୍ଷେ ଅନଲାଇନ୍ ସୁବିଧା ପାଇପାରୁ ନ ଥିବା ଛାତ୍ରଛାତ୍ର ରହୁଥିବା ଅଞ୍ଚଳରେ ଥିବା ଥିବା ଶିକ୍ଷକଙ୍କୁ କିପରି ବିନିଯୋଗ କରାଯାଇପାରିବ ତାହାର ମଧ୍ୟ ବିଶ୍ଳେଷଣ ଚାଲିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
The post ଏଣିକି ଅନଲାଇନ୍ରେ ଟପିକ୍ କୋର୍ସ ଆଧାରରେ ପଢ଼ିବେ ପିଲା appeared first on Odisha Reporter.
from Odisha Reporter https://ift.tt/2BHqtyI
No comments:
Post a Comment