‘ଲକ୍‌ଡାଉନ୍ ପରେ ତୁରନ୍ତ ସ୍କୁଲ୍‌ ଖୋଲାଯାଉ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 3, 2020

‘ଲକ୍‌ଡାଉନ୍ ପରେ ତୁରନ୍ତ ସ୍କୁଲ୍‌ ଖୋଲାଯାଉ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍ ପରେ ସ୍କୁଲକୁ ତୁରନ୍ତ ଖୋଲାଯାଉ। ସ୍କୁଲ ଖୋଲାଯିବା ନେଇ ରାଜ୍ୟ ସରକାର ବ୍ୟବସ୍ଥା କରନ୍ତୁ। ଏନେଇ ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ମହାନ୍ତି ଦାବି ରଖିଛନ୍ତି।

ସେ ଦାବି କରିଛନ୍ତି ଯେ, କରୋନା ମହାମାରୀ ମୁକାବିଲା ପାଇଁ ସ୍କୁଲ ଘରକୁ କ୍ୱାରେଣ୍ଟାଇନ୍ ସେଣ୍ଟରରେ ପରିଣତ କରାଯାଇଛି। ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟାପକ ସମସ୍ୟା ସୃଷ୍ଟି ହେଉଛି। ତେଣୁ ଲକ୍‌ଡାଉନ୍ ସମୟ ଭିତରେ ହିଁ ଅନ୍ତତଃ ନବମ, ଦଶମ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ବ୍ୟବସ୍ଥା କରାଯାଉ। ସେହିପରି ଏବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଖାତା ମୂଲ୍ୟାୟନ କରିବାକୁ ଆସୁଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଯାତାୟତ କରିବାକୁ ବ୍ୟବସ୍ଥା କରିବାକୁ ସେ ନିବେଦନ କରିଛନ୍ତି।

ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ମହାନ୍ତି କହିଛନ୍ତି,“ ଯେଉଁ କରୋନା ସେଣ୍ଟରଗୁଡ଼ିକରେ ପ୍ରବାସୀ ଓଡ଼ିଆମାନେ ଆସି ରହିଛନ୍ତି ସେଥିପାଇଁ ବୋଧେ ସରକାର ସ୍କୁଲ ଖୋଲିପାରୁ ନାହାନ୍ତି। ତେଣୁ ମୁଁ କହିବାକୁ ଚାହିଁବି କରୋନା ଯୁଦ୍ଧରେ ଯେତେ ଯାହା କ୍ଷତି ହୋଇଛି, ସବୁଠାରୁ ଅଧିକ କ୍ଷତି ହୋଇଛି ଶିକ୍ଷା ବିଭାଗ ଓ କୋମଳମତି ଛାତ୍ରଛାତ୍ରୀଙ୍କର। ଏଥିପାଇଁ ନବମ ଦଶମ, ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଇଁ ତୁରନ୍ତ ବିଦ୍ୟାଳୟ ଖୋଲିବା ସହ ପାଠପଢ଼ା କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ ରାଜ୍ୟ ସରକାର ଚିନ୍ତା କରିବା ଉଚିତ।”

 



from Odisha Reporter https://ift.tt/2BzsMUR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages