ଶ୍ରୀନଗର: ଶେଷ ହୋଇଛି ଜୁନ୍ ମାସ। ଏହି ମାସରେ ମୋଟ୍ ୪୮ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ାଇଛନ୍ତି ସୁରକ୍ଷାକର୍ମୀ ଏବଂ ପୁଲିସ। ଏ ନେଇ ସୂଚନା ଦେଇଛନ୍ତି ଜମ୍ମୁ-କଶ୍ମୀରର ଡିଜିପି ଦିଲବାଗ ସିଂ। ସୁରକ୍ଷା ବାହିନୀ ଆତଙ୍କବାଦ ବିରୋଧୀ ଅଭିଯାନ ଜାରି ରଖିଛନ୍ତି, ଯେଉଁଥିରେ ଅନେକ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଅନେକ ବୀର ଯବାନ ମଧ୍ୟ ଶହୀଦ ହୋଇଛନ୍ତି।
ଚଳିତ ବର୍ଷ ଏଯାବତ ୧୨୮ ଆତଙ୍କବାଦୀ ନିହତ ହୋଇଛନ୍ତି। ସେଥିମଧ୍ୟରୁ କେବଳ ଜୁନ୍ ମାସରେ ୪୮ ଆତଙ୍କବାଦୀ ନିହତ ହୋଇଛନ୍ତି। ୧୨୮ ଆତଙ୍କବାଦୀଙ୍କ ମଧ୍ୟରୁ ୭୦ ଜଣ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନର, ୨୦ ଜଣ ଲଶ୍କର-ଏ-ତୋଇବା ଏବଂ ଜୈଶ-ଏ-ମହମ୍ମଦ ଓ ଅନ୍ୟ ଆତଙ୍କବାଦୀ ସଂଗଠନର ବୋଲି ଦିଲବାଗ ସିଂହ କହିଛନ୍ତି।
ଶନିବାର କଶ୍ମୀରରେ ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଦୁଇ ଆତଙ୍କୀ ଗତ ସପ୍ତାହରେ ଜଣେ ପାଞ୍ଚ ବର୍ଷର ଶିଶୁକୁ ହତ୍ୟା କରିଥିବା ବେଳଏ ଜଣେ ସିଆରପିଏଫ ଯବାନ ମଧ୍ୟ ଶହୀଦ ହୋଇଥିଲେ। ଭାରତରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରିବା ପାଇଁ ପାକିସ୍ତାନ ପଟୁ ଉଦ୍ୟମ କରାଯାଉଛି ବୋଲି ଦିଲବାଗ ସିଂହ କହିଛନ୍ତି।
The post ଜୁନରେ ନିପାତ ହେଲେ ୪୮ ଆତଙ୍କବାଦୀ appeared first on Odisha Reporter.
from Odisha Reporter https://ift.tt/2VwuFZy
No comments:
Post a Comment