ନୂଆଦିଲ୍ଲୀ: ଲଗାତାର ୨୧ ଦିନ ଧରି ତୈଳ ଦର ବଢ଼ିବା ପରେ ଆଜି ଏଥିରେ ବ୍ରେକ୍ ଲାଗିଛି। ଆଜି ଉଭୟ ପେଟ୍ରୋଲ୍ ଓ ଡିଜେଲ୍ ଦର ବଢ଼ିନାହିଁ। ରାଜଧାନୀ ଦିଲ୍ଲୀ ସମେତ ଚେନ୍ନାଇ, ମୁମ୍ବାଇ ଓ କୋଲକାତାରେ ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ ରହିଛି।
ଦିଲ୍ଲୀରେ ଆଜି ପେଟ୍ରୋଲ ଦର ଲିଟର ପିଛା ୮୦ ଟଙ୍କା ୩୮ ପଇସା ଥିବା ବେଳେ ଡିଜେଲ୍ ଦର ୮୦ ଟଙ୍କା ୪୦ ପଇସା ରହିଛି।
ମୁମ୍ବାଇରେ ପେଟ୍ରୋଲ ଦର ୮୭ ଟଙ୍କା ୧୪ ପଇସା ରହିଥିବା ବେଳେ ଡିଜେଲ ଦର ୭୮ ଟଙ୍କା ୭୧ ପଇସା ହୋଇଛି।
ଚେନ୍ନାଇ ଓ କୋଲକାତାରେ ପେଟ୍ରୋଲ ଦର ଲିଟର ପ୍ରତି ଯଥାକ୍ରମେ ୮୩.୫୯ ଓ ୮୨.୦୫ ଟଙ୍କା ହୋଇଛି। ସେହିପରି ଏହି ଦୁଇ ସ୍ଥାନରେ ଡିଜେଲ୍ ଦର ଲିଟର ପିଛା ୭୭.୬୧ ଓ ୭୫.୫୨ ଟଙ୍କା ରହିଛି।
ଶନିବାର ମଧ୍ୟ ଦେଶର ଏହି ପ୍ରମୁଖ ଚାରି ସହରରେ ପେଟ୍ରୋଲ ଓ ଡିଜେଲ୍ ଦର ଏତିକି ରହିଥିଲା। ଗତକାଲି ପେଟ୍ରୋଲ୍ ଲିଟର ପିଛା ୨୫ ପଇସା ବଢ଼ିଥିବା ବେଳେ ଡିଜେଲ୍ ଲିଟର ପିଛା ୨୧ ପଇସା ବଢ଼ିଥିଲା।
ଗତ ୨୧ ଦିନରେ ଡିଜେଲ୍ ଲିଟର ପିଛା ୧୧ ଟଙ୍କା ବଢ଼ିଥିବା ବେଳେ ପେଟ୍ରୋଲ୍ ୯.୧୨ ଟଙ୍କା ବୃଦ୍ଧି ପାଇଛି।
The post ୨୧ ଦିନ ପରେ ଲାଗିଲା ବ୍ରେକ୍ appeared first on Odisha Reporter.
from Odisha Reporter https://ift.tt/2BgU825
No comments:
Post a Comment