‘ମୁଁ ଚାହୁଁଛି ପ୍ରଥମେ ପୁଲିସ୍ ମୋ‌ ବାପାଙ୍କୁ ଗିରଫ କରୁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 27, 2020

‘ମୁଁ ଚାହୁଁଛି ପ୍ରଥମେ ପୁଲିସ୍ ମୋ‌ ବାପାଙ୍କୁ ଗିରଫ କରୁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ସ୍ଥିତ ଶିରିପୁର ଶବର ସାହିରେ ଏକ ନବ ଦମ୍ପତିଙ୍କ ପରିବାରକୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଖଣ୍ଡିଗିରି ଥାନାରେ ଏକ ମାମଲା ରୁଜୁ ହୋଇଛି।

ସୂଚନା ଅନୁସାରେ, ନୟାପଲ୍ଲୀ ଅଞ୍ଚଳର ଜଣେ ଯୁବତୀ ନିଜ ଇଚ୍ଛାରେ ଶିରିପୁର ଶବର ସାହିର ଜଣେ ଯୁବକଙ୍କୁ ୨୫ ତାରିଖ ଦିନ କୋର୍ଟ ମ୍ୟାରେଜ୍ କରିଥିଲେ। ଏହାପରେ ଯୁବତୀ ଜଣକ ତାଙ୍କ ସ୍ୱାମୀଙ୍କ ସହ ଶିରିପୁର ଶବର ସାହିରେ ଆସି ରହିଥିଲେ। ହେଲେ ଯୁବତୀଙ୍କ ପରିବାର ଲୋକେ ଝିଅ ନିଖୋଜ ଥିବା ନେଇ ୨୫ ତାରିଖ ଦିନ ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ। ତେଣୁ ୨୬ ତାରିଖ ଦିନ ଯୁବତୀ ଓ ତାଙ୍କ ସ୍ୱାମୀ ଆସି ଖଣ୍ଡଗିରି ଥାନାରେ ସରେଣ୍ଡର କରିଥିଲେ। ଏହାପରେ ପୁଲିସ୍‌ ଘଟଣାର ସମାଧାନ କରିବା ପାଇଁ ଚେଷ୍ଟା କରିଥିଲା। ହେଲେ ଯୁବତୀ ତାଙ୍କ ବାପାଙ୍କ କଥାରେ ରାଜି ହୋଇ ନଥିଲେ। ସେହି ଦିନ ରାତିରେ ଯୁବତୀଙ୍କ ଭାଇ ଓ଼ ତାଙ୍କ ସାଙ୍ଗମାନେ ମିଶି ତାଙ୍କ ଶ୍ୱଶୁର ଘର ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ୬ ଜଣ ଆହତ ହୋଇଛନ୍ତି। ଏନେଇ ଯୁବତୀ ଜଣଙ୍କ ତାଙ୍କ ବାପାଙ୍କ ବିରୋଧରେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

ଏନେଇ ଯୁବତୀ ଜଣଙ୍କ କହିଛନ୍ତି,“ ୨୬ ତାରିଖ ରାତି ୨ଟାରେ ମୋ ଭାଇ ଓ ଖଣ୍ଡଗିରିର ମୋଷ୍ଟ ୱାଣ୍ଟେଡ୍‌ ବୁବୁ ଜେନା ଗ୍ୟାଙ୍ଗର ପିଲାମାନେ ଆସି ମୋ ଶ୍ୱଶୁରଙ୍କ ଘରେ ଆକ୍ରମଣ କରିଥିଲେ। ମୁଁ ଚାହୁଁଛି ପ୍ରଥମେ ପୁଲିସ୍‌ ବାପାଙ୍କୁ ଗିରଫ କରୁ। ଏହାପରେ ବୁବୁ ଜେନା ଗ୍ୟାଙ୍ଗ ଧରାପଡ଼ିବେ।”

 

The post ‘ମୁଁ ଚାହୁଁଛି ପ୍ରଥମେ ପୁଲିସ୍ ମୋ‌ ବାପାଙ୍କୁ ଗିରଫ କରୁ’ appeared first on Odisha Reporter.



from Odisha Reporter https://ift.tt/38exSlt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages