ରାଜ୍ୟରେ କରୋନା ନେଲା ଆଉ ଏକ ମୁଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 26, 2020

ରାଜ୍ୟରେ କରୋନା ନେଲା ଆଉ ଏକ ମୁଣ୍ଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ଗଞ୍ଜାମ ଜିଲ୍ଲାର ୬୮ ବର୍ଷୀୟ ପୁରୁଷ ବୋଲି ଜଣାଯାଇଛି। ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି। ଗଞ୍ଜାମରେ ଏହି ସଂଖ୍ୟା ୯ରେ ପହଞ୍ଚିଛି। ଏନେଇ ରାଜ୍ୟ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗଞ୍ଜାମରେ କରୋନା ଯୋଗୁ ପ୍ରାଣ ହରାଇଥିବା ବ୍ୟକ୍ତିଜଣକ ଉଚ୍ଚ ରକ୍ତଚାପ ଓ ମଧୁମେହ ପରି ରୋଗରେ ପୂର୍ବରୁ ପୀଡ଼ିତ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ କରୋନା ଆକ୍ରାନ୍ତ ହୋଇ ମୃତକଙ୍କ ସଂଖ୍ୟା ୧୮ରେ ପହଞ୍ଚିଥିବା ବେଳେ ଗଞ୍ଜାମରେ  ସର୍ବାଧିକ ୯ ଜଣଙ୍କର ଏଥିଯୋଗୁ  ମୃତ୍ୟୁ ହୋଇ ସାରିଲାଣିସ । ଖୋର୍ଦ୍ଧାରେ କରୋନା ଯୋଗୁ ୪ ଜୀବନ ଯାଇଥିବା ବେଳେ କଟକରେ ୩ଜଣ, ପୁରୀରେ ଜଣେ, ବରଗଡ଼ରେ ଜଣଙ୍କର ଏଥିଯୋଗୁ ମୃତ୍ୟୁ ହୋଇସାରିଲାଣି।

ରାଜ୍ୟରେ  ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୩୫୦ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୪୪୩୨ଜଣ ସୁସ୍ଥ ହୋଇ ସାରିଲେଣି। ଏବେ ବି ରାଜ୍ୟର ବିଭିନ୍ନ ହସ୍ପିଟାଲରେ ୧୯୦୩ ଜଣ ଚିକିତ୍ସିତ ହେଉଥିବା ଜଣାଯାଇଛି।

The post ରାଜ୍ୟରେ କରୋନା ନେଲା ଆଉ ଏକ ମୁଣ୍ଡ appeared first on Odisha Reporter.



from Odisha Reporter https://ift.tt/387vAVh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages