ସଲ୍‌ମାନ୍‌ଙ୍କ ଫଟୋ ଦେଖି ରାଗି ଗଲେ ସୋଶାଲ୍ ମିଡିଆ ୟୁଜର୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 26, 2020

ସଲ୍‌ମାନ୍‌ଙ୍କ ଫଟୋ ଦେଖି ରାଗି ଗଲେ ସୋଶାଲ୍ ମିଡିଆ ୟୁଜର୍ସ

ମୁମ୍ବାଇ: ସଲ୍‌ମାନ୍ ଖାନ୍ ଜିମ୍‌ରେ ୱର୍କଆଉଟ୍ କରିବା ପରେ ନିଜର ଏକ ଫଟୋକୁ ସୋଶାଲ୍ ମିଡିଆରେ ଶେଆର କରିଛନ୍ତି। ଏହି ଫଟୋରେ ସେ ଶର୍ଟ ପିନ୍ଧି ନାହାନ୍ତି। ସେ ବସିଥିବା ଓ ମୋବାଇଲ୍ ଧରି କିଛି କରୁଥିବା ଦେଖିବାକୁ ମିଳିଛି। ଏହାର କ୍ୟାପ୍‌ସନ୍‌ରେ ସେ ଲେଖିଛନ୍ତି- ଏବେ ୱର୍କଆଉଟ୍ ଶେଷ କଲି।

ସାଧାରଣତଃ ସଲ୍‌ମାନ୍ କିଛି ଫଟୋ ସୋଶାଲ୍ ମିଡିଆରେ ଶେଆର୍ କଲେ ପ୍ରଶଂସା ହିଁ ପ୍ରଶଂସା ପାଆନ୍ତି। କିନ୍ତୁ ଏଥର ଏଥିରେ ଟିକେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ୍ ହୋଇଥିବା ଏହି ଫଟୋକୁ ଦେଖିବା ପରେ ଅନେକ ୟୁଜର ତାଙ୍କୁ ସମାଲୋଚନା କରିବା ସହିତ ଗାଳିଗୁଲଜ କରିଛନ୍ତି।

ଜଣେ ୟୁଜର ଲେଖିଛନ୍ତି- ‘ଏବେ ତୁମେ ବର୍ତ୍ତି ଯାଇ ପାରିବ ନାହିଁ। ଉପରୁ ଥାଇ ଭଗବାନ ସବୁ ଦେଖୁଛନ୍ତି।’ ଆଉ ଜଣେ ଲେଖିଛନ୍ତି- ‘…. ଆଉ ମୁଁ ଏବେ ଏବେ ତୁମକୁ ଅନ୍‌ଫଲୋ କଲି।’ ଅନ୍ୟ ଜଣେ ଇନ୍‌ଷ୍ଟାଗ୍ରାମ୍ ୟୁଜର ଲେଖିଛନ୍ତି- ‘ଇଏ କେଜାଣି କେତେ ଜଣଙ୍କର କ୍ୟାରିୟର ନଷ୍ଟ କରି ଦେଇଛି।’ ସେହିଭଳି ଜଣେ ଲେଖିଛନ୍ତି- ‘ଏବେ ବି କିଛି ଭିକାରୀ କାମ ପାଇବା ପାଇଁ ୟାଙ୍କୁ ପ୍ରଶଂସା କରିବେ।’

View this post on Instagram

Just finished working out ….

A post shared by Salman Khan (@beingsalmankhan) on

ସୂଚନାଯୋଗ୍ୟ, ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିବା ପରେ ବଲିଉଡ୍‌ରେ ‘ନେପୋଟିଜମ୍’କୁ ନେଇ ଜୋରସୋର ଚର୍ଚ୍ଚା ଚାଲିଥିବା ବେଳେ ଏଥିରେ ସଲ୍‌ମାନ୍‌ ବି ଫସି ଯାଇଛନ୍ତି। ସେଥିପାଇଁ ଏମିତି ସବୁ କମେଣ୍ଟ ଆସିଥିବା କୁହାଯାଉଛି। ଆଉ କିଛି କହୁଛନ୍ତି, ସଲ୍‌ମାନ୍‌ଙ୍କୁ ନେଇ ଏମିତି କମେଣ୍ଟ ଦେଇଥିବା ୟୁଜରମାନେ ସୁଶାନ୍ତ ସିଂହ ରାଜପୁତଙ୍କ ଫ୍ୟାନ୍‌। ସେମାନେ ଏବେ ଦୁଃଖରେ ଅଛନ୍ତି। ତେଣୁ ଏମିତି କମେଣ୍ଟ ଦେଇଛନ୍ତି।

ସୁଶାନ୍ତଙ୍କ ମୃତ୍ୟୁ ପରେ ଆହୁରି ଅନେକ ବଲିଉଡ୍ ସେଲେବ୍ରିଟି ଟ୍ରୋଲ୍ ହେଉଛନ୍ତି। ସେମାନଙ୍କ ମଧ୍ୟରେ କରଣ ଜୋହର ଓ ଏକ୍‌ତା କପୁର ପ୍ରମୁଖ ଅଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ବେଶ୍ ସକ୍ରିୟ ରହୁଥିବା କରଣ ଜୋହର ସୁଶାନ୍ତଙ୍କ ମୃତ୍ୟୁ ଦିନ କେବଳ ଗୋଟିଏ ଫଟୋ ପୋଷ୍ଟ କରିଥିଲେ। ସେହି ଫଟୋରେ ତାଙ୍କ ସହିତ ସୁଶାନ୍ତ ସିଂହ ରାଜପୁତ ଥିଲେ। କିନ୍ତୁ ତା’ ପରେ ଆଉ ଗୋଟିଏ ବି ପୋଷ୍ଟ କରି ନାହାନ୍ତି। ଏମିତିକି ତାଙ୍କ ଇନ୍‌ଷ୍ଟାଗ୍ରାମ ଫଲୋଅର ସଂଖ୍ୟା ମଧ୍ୟ କମିଯାଇଛି।

The post ସଲ୍‌ମାନ୍‌ଙ୍କ ଫଟୋ ଦେଖି ରାଗି ଗଲେ ସୋଶାଲ୍ ମିଡିଆ ୟୁଜର୍ସ appeared first on Odisha Reporter.



from Odisha Reporter https://ift.tt/2CM3HXf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages