ନୂଆଦିଲ୍ଲୀ: କ୍ରମାଗତ ଭାବେ ଦେଶରେ ତୈଳ ଦର ବଢ଼ିବାରେ ଲାଗିଛି। ୧୭ ଦିନ ହେଲା ଉଭୟ ପେଟ୍ରୋଲ ଓ ଡିଜେଲ ଦର ବଢ଼ୁଥିବା ବେଳେ ଆଜି ଦିଲ୍ଲୀବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତ ମିଳିଛି। ଆଜି ପେଟ୍ରୋଲ ଦର ପୂର୍ବଭଳି ସ୍ଥିର ରହିଥିଲେ ହେଁ ଡିଜେଲ ଦର ୪୮ ପଇସା ବୃଦ୍ଧି ପାଇଛି। ଫଳରେ ଦିଲ୍ଲୀରେ ପ୍ରଥମଥର ପାଇଁ ପେଟ୍ରୋଲ ତୁଳନାରେ ଡିଜେଲ ମହଙ୍ଗା ହୋଇଛି। ଆଜି ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦର ୭୯.୭୬ ଟଙ୍କା ଥିବା ବେଳେ ଡିଜେଲ ଦର ୭୯.୮୮ ଟଙ୍କା ରହିଛି।
ଦିଲ୍ଲୀ ଭଳି ଅନ୍ୟ ରାଜ୍ୟରେ ଡିଜେଲ ଓ ପେଟ୍ରୋଲ ଦର ବଢ଼ିଛି। କିନ୍ତୁ ଡିଜେଲ ଉପରେ ରାଜ୍ୟଗୁଡ଼ିକରେ କମ ଟିକସ ଲଗାଇଥିବାରୁ ଏହା ପେଟ୍ରୋଲ ତୁଳନାରେ ଶସ୍ତା ରହିଛି।
ଗତ ୧୮ ଦିନ ମଧ୍ୟରେ ପେଟ୍ରୋଲ ଦର ଦିଲ୍ଲୀରେ ୯.୪୧ ଟଙ୍କା ବଢ଼ିଥିବା ବେଳେ ଡିଜେଲ ଦର ୯.୫୮ ଟଙ୍କା ମହଙ୍ଗା ହୋଇଛି। ଆଜି ବର୍ଦ୍ଧିତ ଡିଜେଲ ଦର ପରେ ମୁମ୍ବାଇରେ ଏହା ୭୮.୨୨ ଟଙ୍କାରେ ବିକ୍ରି ହେଉଛି। ସେହିପରି ଏଠାରେ ପେଟ୍ରୋଲର ଲିଟର ପିଛା ଦର ୮୬.୫୪ ଟଙ୍କା ରହିଛି।
କୋଲକାତାରେ ପେଟ୍ରୋଲର ଲିଟର ପିଛା ଦର ୮୧.୪୫ ଟଙ୍କା ଓ ଡିଜେଲ ଦର ୭୫.୦୬ ଟଙ୍କାରେ ବିକ୍ରି ହେଉଛି। ଚେନ୍ନାଇରେ ପେଟ୍ରୋଲ ଲିଟର ୮୩.୦୪ ଟଙ୍କା ରହିଥିବା ବେଳେ ଡିଜେଲ ଦର ୭୭.୧୭ ଟଙ୍କା ରହିଛି।
ଓଡ଼ିଶାର ଭୁବନେଶ୍ୱରରେ ପେଟ୍ରୋଲ ଦର ୮୧.୫୧ ଟଙ୍କା ରହିଛି। ଏହାର ଅର୍ଥ ଆଜି ବି ଏଠାରେ ପେଟ୍ରୋଲର ଲିଟର ପିଛା ଦର ୧୯ ପଇସା ବଢ଼ିଛି। ସେହିପରି ଡିଜେଲ ଦର ମଧ୍ୟ ୧୮ ପଇସା ମହଙ୍ଗେ ହୋଇଛି। ଏବେ ରାଜଧାନୀରେ ଡିଜେଲ ଦର ୭୭.୭୭ ଟଙ୍କା ହୋଇଛି।
The post ଏହି ସହରରେ ପ୍ରଥମଥର ପେଟ୍ରୋଲ ତୁଳନାରେ ଡିଜେଲ ହେଲା ମହଙ୍ଗା appeared first on Odisha Reporter.
from Odisha Reporter https://ift.tt/2NpvU8i
No comments:
Post a Comment