ଶକ୍ତିଶାଳୀ ଭୂକମ୍ପରେ ଥରିଲା ଅଧା ମେକ୍ସିକୋ, ୪ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 23, 2020

ଶକ୍ତିଶାଳୀ ଭୂକମ୍ପରେ ଥରିଲା ଅଧା ମେକ୍ସିକୋ, ୪ ମୃତ

ମେକ୍ସିକୋ ସିଟି: ଶକ୍ତିଶାଳୀ ଭୂକମ୍ପ ଝଟକାରେ ଅଧା ମେକ୍ସିକୋ ଥରି ଉଠିଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୪ ରେକର୍ଡ କରାଯାଇଛି। ଭୂକମ୍ପ ଝଟାକାରେ ଦକ୍ଷିଣପୂର୍ବ ଓ କେନ୍ଦ୍ରୀୟ ମେକ୍ସିକୋ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି।

ଏଯାଏ ଭୂକମ୍ପ ଯୋଗୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ବିଭିନ୍ନ ସ୍ଥାନରେ ଖବର ଭାଙ୍ଗି ଯାଇଥିବା ବେଳେ ଏକାଧିକ ବ୍ୟବସାୟିକ ପ୍ରତିଷ୍ଠାନ କ୍ଷତିଗ୍ରସ୍ତ ହୋଇଛି।

ବିଭିନ୍ନ ସ୍ଥାନରେ ଉଦ୍ଧାରକାରୀ ଦଳ ପହଞ୍ଚି କ୍ଷୟକ୍ଷତି ଆକଳନ କରିବାରେ ଲାଗିଛନ୍ତି। ହେଲିକପ୍ଟର ଦ୍ୱାରା କେଉଁ ସବୁ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି, ତା’ର ଯାଞ୍ଚ କରାଯାଉଛି।

ଭୂକମ୍ପ ଝଟକା ପରେ ଲୋକମାନେ ପଦାକୁ ଆସି ଭୟରେ ଏଣେତେଣ ଦୌଡ଼ୁ ଥିବା ଜଣାପଡ଼ିଛି। ସେହିପରି ସେମାନେ ଦୀର୍ଘ ସମୟ ଧରି ଖୋଲା ସ୍ଥାନରେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ସ୍ଥାନୀୟ ସମୟ ସକାଳ ୧୦.୨୯ରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ଓକ୍ସାକା।

ଏହାର ତୀବ୍ରତା ୭.୪ ଥିବାରୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଆଶଙ୍କା ପ୍ରକାଶ ପାଇଛି। ସେହିପରି ୭.୪ ତୀବ୍ରତାର ଭୂକମ୍ପ ପରେ ପ୍ରାୟ ୧୪୦ ଥର ଛୋଟ ଛୋଟ ଝଟକା ଲୋକମାନେ ଅନୁଭବ କରିଛନ୍ତି। ତେଣୁ ଲୋକଙ୍କ ମଧ୍ୟରେ ପୂରା ଆତଙ୍କ ଖେଳି ଯାଇଛି।

The post ଶକ୍ତିଶାଳୀ ଭୂକମ୍ପରେ ଥରିଲା ଅଧା ମେକ୍ସିକୋ, ୪ ମୃତ appeared first on Odisha Reporter.



from Odisha Reporter https://ift.tt/2YsvUuv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages