ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ଦୁଇଦିନିଆ ଶଟ୍ଡାଉନ୍ ଆରମ୍ଭ ହୋଇଛି। ତେବେ ସବୁଠୁ ଅଧିକ କରୋନା ପ୍ରଭାବିତ ୧୧ଟି ଜିଲ୍ଲାରେ ଆଜି ଓ ଆସନ୍ତାକାଲି ଏହି କଟକଣା ବଳବତ୍ତର ରହିବ। ଏହି ଜିଲ୍ଲାଗୁଡିକ ହେଉଛି ଗଞ୍ଜାମ, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ବଲାଙ୍ଗିର।
ଏହି ଦୁଇ ଦିନ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିବ। ସ୍ୱାସ୍ଥ୍ୟ ସେବା, ଜଳ ଓ ବିଦ୍ୟୁତ୍ ଯୋଗାଣ, ଆରବିଆଇ ଭଳି ଆର୍ଥିକ ସଂସ୍ଥା, କ୍ଲିୟରିଂ ହାଉସ୍ ଓ ଏଟିଏମ୍ ଖୋଲା ରହିବ। ଏୟାରପୋର୍ଟ, ଷ୍ଟେସନ୍, ବସ ଟର୍ମିନାଲ ସ୍ୱାଭାବିକ ଭାବେ କାମ କରିବ। ତେଣୁ ଏସବୁ ସଂସ୍ଥାରେ ନିୟୋଜିତ ଲୋକଙ୍କ ଉପରେ କୌଣସି ଯା’ଆସ କଟକଣା ରହିବ ନାହିଁ। ଖାଦ୍ୟ ଯୋଗାଉଥିବା ସ୍ୱିଗି ଓ ଜୋମାଟୋ ଭଳି ସଂସ୍ଥାର ଡେଲିଭରି ବୟ ମଧ୍ୟ ବିନା ବାଧାରେ ଯାତାୟତ କରିପାରିବେ। ଖବରକାଗଜ ହକରଙ୍କୁ ସକାଳ ୫ଟାରୁ ୮ଟା ଯାଏ ବିକ୍ରି ଅନୁମତି ମିଳିଛି। ଏଲ୍ପିଜି ହୋମ୍ ଡେଲିଭରି କରୁଥିବା କର୍ମଚାରୀ ମଧ୍ୟ ବିନା ବାଧାରେ ନିଜ କାମ କରିପାରିବେ। ତେବେ ପରିଚୟପତ୍ର ଓ ଭେଇକିଲ ପାସ୍ ଦେଖାଇବାକୁ ପଡ଼ିବ।
ଟାକ୍କି, ଅଟୋ ଓ ଅନ୍ୟ ଜରୁରୀ ସେବାରେ କାର୍ଯ୍ୟରତ ଲୋକେ ପୁଲିସ୍ ଦେଇଥିବା ପାସ୍ ବ୍ୟବହାର କରିପାରିବେ। ଏଥିସହ ବାହାଘର ଓ ଶେଷକୃତ୍ୟ ପାଇଁ ପୁଲିସ୍ ପାସ୍ ଦେବ। ଜରୁରୀକାଳୀନ ସ୍ଥିତିରେ ୧୦୦କୁ ଡାଏଲ୍ କରି ପାସ୍ ମିଳିପାରିବ। ଅନ୍ୟପକ୍ଷରେ ଶଟ୍ଡାଉନ୍ ପାଇଁ ମୋ’ ବସ୍ ସେବା ପୂରା ଜୁନ୍ ମାସ ସାରା ପ୍ରତି ଶନି ଓ ରବିବାର ଏହା ବନ୍ଦ ରହିବ। ମୋ ବସ୍ ଚଳାଚଳ ଦାୟିତ୍ୱ ନେଇଥିବା କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ-କ୍ରୁଟ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି।
from Odisha Reporter https://ift.tt/2Aa6ZCH
No comments:
Post a Comment