ଦାଦା-ଖୁଡ଼ୀଙ୍କୁ ହାଣିଲା ପୁତୁରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 5, 2020

ଦାଦା-ଖୁଡ଼ୀଙ୍କୁ ହାଣିଲା ପୁତୁରା

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ଜମିବାଡ଼ି ବିବାଦରୁ ଦାଦା-ଖୁଡ଼ୀଙ୍କୁ ଧାରୁଆ ଅସ୍ତ୍ରରେ ହାଣିଲା ପୁତୁରା । ଏପରି ନୃଶଂସ କାଣ୍ଡ  ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା କୁଟ୍ରାବେଡ଼ା ଗାଁରେ ଗତକାଲି ଘଟିଛି। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଅଭିଯୁକ୍ତ ପୁତୁରାକୁ ଅଟକ ରଖି ପଚରାଉଚରା ଜାରି ରଖିଛି ।

ମିଳିଥିବା ସୂଚନା ଅନୁଯାୟୀ, ଜମିବାଡ଼ି ଭାଗବଣ୍ଟାକୁ ନେଇ ଦାଦା-ଖୁଡ଼ୀ ସହ ଦୀର୍ଘ ଦିନ ହେବ ପୁତୁରାଙ୍କର ମତାନ୍ତର ଲାଗି ରହିଥିଲା। ଗତକାଲି ସେମାନଙ୍କ ମଧ୍ୟରେ ବଚସା ଉଗ୍ର ରୂପ ଧାରଣ କରିବାରୁ ଉତ୍ତ୍ୟକ୍ତ ପୁତୁରା ଏକ ଧାରୁଆ ଅସ୍ତ୍ରରେ ଦାଦା-ଖୁଡୀଙ୍କୁ ହାଣି କୂଅରେ ଫିଙ୍ଗି ଦେଇଥିଲା । ପୁଲିସ୍‌ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ବେଳେ କୂଅ ଭିତରେ ଏବେବି ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ ପଡ଼ି ରହିଥିବା ଜଣାଯାଇଛି।



from Odisha Reporter https://ift.tt/2Y70CrF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages