ଆଜିଠୁ ରାଜ୍ୟରେ ଗଡ଼ିଲା ସରକାରୀ ବସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 7, 2020

ଆଜିଠୁ ରାଜ୍ୟରେ ଗଡ଼ିଲା ସରକାରୀ ବସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ରାଜ୍ୟରେ ଗଡ଼ିଲା ସରକାରୀ ବସ୍‌। ସକାଳ ୬ଟାରୁ ରାଜ୍ୟରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ-OSRTCର ବସ୍‌ଗୁଡ଼ିକ ନିଜର ଗନ୍ତବ୍ୟ ପଥରେ ଚଳାଚଳ ଆରମ୍ଭ କରିଛି।

ପ୍ରାଥମିକ ପର୍ଯ୍ୟାୟରେ ୬୬ଟି ରୁଟ୍‌ରେ ବସ୍ ଚଳାଚଳ ଆରମ୍ଭ କରିବ ବୋଲି ବିଭାଗୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।  ରାଜଧାନୀ ଭୁବନେଶ୍ୱରରୁ ୨୨ଟି ସହରକୁ ୯୬ଟି ବସ୍ ଯାତ୍ରା ଆରମ୍ଭ କରିଛି । ଯେତିକି ସିଟ୍ ସେତିକି ଯାତ୍ରୀଙ୍କୁ ନେଇ ଚାଲୁଛି ବସ୍ । ତେବେ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁସାରେ କୌଣସି ଯାତ୍ରୀଙ୍କୁ ଛିଡ଼ା କରି ନିଆଯାଉନାହିଁ । ଜନସାଧାରଣ ଓ ବସ୍ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ଯାତ୍ରା ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ,  ଜନଜୀବନକୁ ସ୍ୱାଭାବିକ କରିବା ନିମନ୍ତେ ପୂର୍ବରୁ ଟ୍ରେନ୍‌, ବିମାନ, ମୋ ବସ୍ ସେବା ଆରମ୍ଭ ହୋଇଥିବା ବେଳେ ଆଜିଠୁ ରାଜ୍ୟର ବିଭିନ୍ନ ପ୍ରାନ୍ତକୁ ସରକାରୀ ବସ୍‌ ଗଡ଼ିବା ଆରମ୍ଭ ହୋଇଛି।



from Odisha Reporter https://ift.tt/2AKwXN8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages